1. Big News: ପୋଲରେ ଲାଗିଲା ଯୁବକଙ୍କ ମୃତଦେହ; ହାତରେ ଥିଲା ଚପଲ

0
61
ପୋଲରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୪/୦୮) : ଘୁସୁରା ପୋଲରେ ଲାଗିଲା ଯୁବକଙ୍କ ମୃତଦହ । ତାଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ହାତରେ ଧରିଥିଲେ ଚପଲ ।

ପୋଲରେ ଲାଗିଲା ଯୁବକଙ୍କ ମୃତଦେହ- କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଚିତ୍ର । ତେବେ ଯୁବକଙ୍କ ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ି ନାହିଁ । ତେଲକୋଇ ଥାନା ଶିବନାରାୟଣପୁର ଗୋଡା ଗାଁ’ରୁ ତାଳପଦାକୁ ସଂଯୋଗ କରୁଥିବା ଜଙ୍ଗଲ ବିଭାଗ ରାସ୍ତାର ପଥୁରିଆ ନାଳ ଘୁସୁରା ପୋଲରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଛେଳି ଓ ଗୋରୁ ଚରାଇବାକୁ ଯାଉଥିବା ଲୋକମାନେ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ । ହାପ୍‌ ପ୍ୟାଣ୍ଟ ଓ ହାପ୍‌ ସାର୍ଟ ପିନ୍ଧିଛନ୍ତି । ସେ ବାମ ହାତରେ ଚପଲ ଧରିଥିବା ବେଳେ ଗୋଡ଼ ପାଖରେ ଗୋଟିଏ ଛତା ପଡ଼ିଛି । ବ୍ୟକ୍ତି ଜଣକ ବନ୍ୟା ପାଣି ଭାସି ଯିବାରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ସୂଚନାରୁ ପ୍ରକାଶ, ବୁଧବାର ଦିନ ତମାମ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ବର୍ଷା ଯୋଗୁ ଅନେକ ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା । ଉଗ୍ରରୂପ ଧାରଣ କରିଥିଲା ବୈତରଣୀ । ସେହି ବନ୍ୟା ପାଣିରେ ବ୍ୟକ୍ତି ଜଣକ ଭାସି ଯାଇଥିବା ଅନୁମାନ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି ।