Friday, March 29, 2024

Top 5 This Week

Related Posts

Best News: କଲଭେଟ ସେଣ୍ଟିଙ୍ଗ ଭୁଶୁଡି ମୃତକଙ୍କ ପରିବାରକୁ ସହାୟତ 4 ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୩/୮) : କଲଭେଟ ସେଣ୍ଟିଙ୍ଗ ଭୁଶୁଡି ମୃତକଙ୍କ ପରିବାରକୁ ସହାୟତ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କଲେ ଜିଲ୍ଲାପାଳ ଓ ଆଇନ ମନ୍ତ୍ରୀ ।WhatsApp Image 2023 08 03 at 17.05.25 Best News: କଲଭେଟ ସେଣ୍ଟିଙ୍ଗ ଭୁଶୁଡି ମୃତକଙ୍କ ପରିବାରକୁ ସହାୟତ 4 ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ

ରାୟଗଡା ଜିଲ୍ଲା, କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅଧିନସ୍ଥ ଉପରସାଜାରେ କଲଭେଟର ସେଣ୍ଟିଙ୍ଗ ଭୁଶୁଡିବା ଘଟଣାରେ ମୃତକଙ୍କ ପରିବାରକୁ ସହାୟତ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କଲେ ଜିଲ୍ଲାପାଳ ସ୍ବଧା ଦେବ ସିଂ ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପଛୁଆବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବର୍ଡର ଉପଦେଷ୍ଟା ସୁଧୀର ଦାସ, ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, କ ଜୋନ ର ଜିଲାପରିସଦ ବି ୱାରା ପ୍ରସାଦ ରାଓ, ଖ ଜୋନ ର ଜିଲାପରିସଦ ଙ୍କ ସ୍ୱାମୀ ଭୋମି ମାଧବ ରାଓ, ସଦସ୍ୟପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉ କି ଗତ ସୋମବାର ୩୧ ତାରିଖ ଦିନ ଲଗାଣ ବର୍ଷା ହେବା ଯୋଗୁଁ କଟଲପାଡୁ ଠାରୁ ତଳ ସାଜା ଦେଇ ଉପର ସାଜା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଥିଲା ।

ଉପର ସାଜା ନିକଟରେ ଥିବା ଜାପିଙ୍ଗ ନାଳରେ ଏକ ମିନି ପୋଲ ନିର୍ମାଣ କରିବା ପାଇଁ କଲଭେଟ ସେଣ୍ଟିଙ୍ଗ ପକାଇଥିଲେ । ଉକ୍ତ ଗ୍ରାମର ୫ ଜଣ ଶିଶୁ ସମେତ ଜଣେ ବୟସ୍କ ବ୍ୟକ୍ତି ଗାଧୋଇବା ପାଇଁ ଯାଇଥିଲେ । ନାଳରେ ବର୍ଷା ପାଣି ଆସିଯିବାରୁ ସେଣ୍ଟିଙ୍ଗଟି ଦୁର୍ବଳ ହୋଇଯାଇ ଥିବାରୁ ତାହା ଗାଧୋଉଥିବା ଲୋକଙ୍କ ଉପରେ ଲେଦି ହୋଇଯାଇଥିଲା । ଫଳରେ ୪ଶିଶୁ ସମେତ ଜଣେ ବ୍ୟକ୍ତି ଙ୍କମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଅନ୍ୱେଷ କୁଲିସିକା ବଞ୍ଚି ଯାସିଥିଲେ ।

ଏହି ଘଟଣା କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ୍ୟୁବରଣ କରିଥିବା ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରି କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ । ସେହି ଟଙ୍କା କୁ ଜିଲାପାଳ ଓ ମନ୍ତ୍ରୀ ଗସ୍ତ କରି ମୃତ ପରିବାରକୁ ସାନ୍ତ୍ୱନା ଦେଇ ୩ପରିବାରକୁ ୪ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ଏବଂ ମୃତ ଲକ୍ଷ୍ମୀଧର ମିଣିଆକା ଙ୍କ ସ୍ତ୍ରୀ ସାଇବାଣୀ ମିଣିଆକା ଙ୍କୁ ବିଧବା ଭତ୍ତା ଯୋଗାଇ ଦେବା ପାଇଁ ଜିଲାପାଳ କହିଥିଲେ । ଏଥିରେ ବିଜେଡି ଦଳର ସଭାପତି ସୁନ୍ଦର ରାଓ ବାଗ, ସାମାଜିକ ସୁରକ୍ଷା ଅଧିକାରୀ ଦୟାନିଧି ଭତ୍ରା, ସ୍ଥାନୀୟ ଥାନା ଅଧିକାରୀ ସୁମନ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଗ୍ରାମକୁ ମଧ୍ୟ ସମବାୟ ସମିତି ଲି ଡ଼ାଇରେକ୍ଟର ଜଗନ୍ନାଥ ନୁଣ୍ଡରୁକା ଗସ୍ତ କରି ମୃତ୍ୟୁ ପରିବାରକୁ ସମବେଦନା ଜଣାଇବା ସହ କିଛି ସହାୟତା ପ୍ରଦାନ କରିଥିଲେ ।

Popular Articles