Friday, March 29, 2024

Top 5 This Week

Related Posts

ନାଗାବଳୀ ନଦୀ ପୋଲର ଉଭୟ ପାର୍ଶ୍ୱର ଗାଡଓ୍ବାଲ ଫାଟି ଆଁ : ଯାତାୟତରେ ଲୋକେ ଭୟଭୀତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୩/୮) : ରାୟଗଡା ଜିଲ୍ଲା କଲ୍ୟାଣିସିଂହପୁର ରେ ନୃତନ ଭାବେ ତିଆରି ହୋଇଥିବା ପୋଲର ଗାଡଓ୍ବାଲ ଫାଟି ଆଁ କରି ରହିଥିବାବେଳେ ମାଟି ଦବି ଯାଇଥିବା ଯୋଗୁଁ ଅଞ୍ଚଳବାସି ଦେଖି ଭୟବିତ ହେଉଛନ୍ତି ।

ଗତ ୨୦୧୭ ମସିଆ ଜୁଲାଇ ୧୬ ତାରିଖରେ ବାଦଲଫଟା ବର୍ଷା ହୋଇଥିବାରୁ କଲ୍ୟାଣସିଂହପୁର ବ୍ଲକରେ ବନ୍ୟାହୋଇ ଧନ ସମ୍ପତ୍ତି ନଷ୍ଚ ହେବା ସାଙ୍ଗକୁ ପାଞ୍ଚଟି ପୋଲ ବାସି ଯାଇଥିଲା । କଲ୍ୟାଣସିଂହପୁର ସଦର ମହକୁମା ନାଗାବଳୀ ନଦୀର ପୋଲଟି ଦୃବଳ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଅନ୍ୟପଟେ ନୃତନ ପୋଲ ନିର୍ମାଣ କରଗଲା । ଦଶଦିନ ପୁର୍ବେ ଏହିପୋଲକୁ ଲାଗି ପ୍ରାୟ ୪ ରୁ ୫ ପୁଟର ଗାଡଓ୍ବାଲ କରି ମାଟିପକାଇବା ସହ ଚିପସ କଂକ୍ରିଟ କରାଯାଇଥିଲା । ଅନ୍ୟପଟେ ଲାଗାଣ ବର୍ଷା ଲାଗି ରହିଥିବାବେଳେ ତରଭରିଆ ମାନେ ଉକ୍ତ ଠିକାଦାର ଗାଡଓ୍ବାଲ କିଥିବାରୁ ଲଗାଣ ବର୍ଷାଯୋଗଁ ମାଟି ଦବଯିବାରୁ ଉଭୟ ପାର୍ଶ୍ୱର ଗାଡଓ୍ବାଲ ଗୁଡିକ ଫାଟିଯାଇ ଆଁକରି ରହିଥିବାରୁ ଅଞ୍ଚଳବାସି ଏହାଦେଖି ଭୟବିତ ରେ ରହିଛନ୍ତି । ଜେକପୁର ଠାରୁ କଲ୍ୟାଣସିଂହପୁର ବ୍ଲକ କାର୍ଯାଳୟ ପର୍ଯ୍ୟନ୍ତ ରାଜ୍ୟ ରାଜପଥ ହୋଇଥିବା ବେଳେ ମୁଖ୍ୟ ସଡକରେ ଉଭୟ ପାର୍ଶ୍ୱରେ ଡ୍ରେନଜ ଗୁଡିକ କରାଯାଇଛି ।

ଉକ୍ତ ଡ୍ରେନଜ ଗୁଡିକ ଅତି ନମ୍ନମାନର ହୋଇଥିବା ଯୋଗୁଁ ଅନେକ ସ୍ଥାନରେ ଡ୍ରେନରେ ପାଣି ଠିକରେ ନଜାଇ ରାସ୍ତାରେ ଯାଉଥିବା ଅଞ୍ଚଳବାସି ଅଭିେଯାଗ କରିଛନ୍ତି । କଲ୍ୟାଣସିଂହପୁର ଠାରୁ ରାୟଗଡା ଜିବାକୁ ଏହି ରାଜ୍ୟ ରାଜପଥ ସଡକ ହୋଇଥିବା ବେଳେ ଏହି ପୋଲଦେଇ ଅନେକ ଛଟବଡନ ଯାନବାହାନ ଯାତାୟତ କରୁଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ ମାନେ ନିତିଦିନିଆ ଯାତାୟାତ କରଥାନ୍ତି । ତୁରନ୍ତ ଜିଲା କତ୍ତୃପକ୍ଷକ ଏଥିପ୍ରତି ଦୃଷ୍ଟି ଦବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ଆମେ ପୁର୍ତ୍ତବିଭାଗର ଯନ୍ତ୍ରୀ ରାଜୀବ ବେହେରାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ନିଜ ଫୋନଟି ରିସିଭ କରିନାହାଁନ୍ତି ।

Popular Articles