Friday, March 29, 2024

Top 5 This Week

Related Posts

ଲଘୁଚାପ ଜନିତ ବର୍ଷା ରେ ବେହାଲ ସୁବର୍ଣ୍ଣପୁର ଜିଲ୍ଲାସାରା ବନ୍ୟା, ଲୋକେ ହନ୍ତସନ୍ତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୮) : ଚତୁଃପାର୍ଶ୍ଵ ନଦୀ ପରିବେଷ୍ଠିତ ସୁବର୍ଣ୍ଣପୁର ରେ ଆଜି କୁତ୍ରୀମ ବନ୍ୟା ରେ ସାରା ସହର ଉବୁଟୁବୁ ଅବସ୍ଥାରେ ରହିଛି ।WhatsApp Image 2023 08 03 at 08.28.03 ଲଘୁଚାପ ଜନିତ ବର୍ଷା ରେ ବେହାଲ ସୁବର୍ଣ୍ଣପୁର ଜିଲ୍ଲାସାରା ବନ୍ୟା, ଲୋକେ ହନ୍ତସନ୍ତ

ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ତେଲନଦୀ ର ଜଳସ୍ତର ବଢ଼ିବାରେ ଲାଗିଛି । ସହରରେ ପୌର ପ୍ରଶାସନ ର ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନ ଥିବାରୁ ସହର ର ଆମ୍ବେଦକର ଛକ ରୁ ବ୍ଲକ୍ ଛକ ଯିବା ମୁଖ୍ୟ ରାସ୍ତା ଉପରେ ପାଣି ଲହଡ଼ି ମାରୁଛି । ୱାର୍ଡ ନମ୍ବର ୧ ସ୍ଥିତପ୍ରେସ କଲୋନୀ, ୨ନଂ ୱାର୍ଡ ର ଗୋକର୍ଣେଶ୍ୱର୍ ପଡା, ମହାବୀର କଲୋନି ଯିବା ରାସ୍ତାରେ ପାଣି । ସହର ର ତଳି ଅଞ୍ଚଳ କୁହା ଯାଉଥିବା କୁମ୍ଭାର ପଡା ରେ କେତେକ ମାଟି ଘର ଭାଙ୍ଗି ଗଲାଣି । ଗୋଟିଏ ପଟରେ ବଢୁଥିବା ମହାନଦୀ ର ବିକଟାଳରୁପ ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସହର ତଳି ଅଞ୍ଚଳରେ ବର୍ଷା ପାଣି ଅନେକ ଘରଭିତରକୁ ପଶିଆସିଛି । ସହରର ଡ଼୍ରେନେଜ ବ୍ୟବସ୍ଥା କୁ ସୁଧାରିବା ନିମନ୍ତେ ଯଥେଷ୍ଟ ପୂର୍ବରୁ ସ୍ଥାନୀୟ ପୌରପ୍ରଶାସନ କୁ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ସୂଚନା ଦେଇଥିଲେ ହେଁ ପୌର କର୍ତ୍ତୃପକ୍ଷ ଙ୍କ ଖାମଖିଆଲି ଆଚରଣକୁ ହିଁ ଆଜିର ଏହି ପରିସ୍ଥିତି ପାଇଁ ମୁଖ୍ୟତ ଦାୟୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।

ସେହିପରି ଗତକାଲି ଅପରାହ୍ନ ଠାରୁ ଅନବରତ ବର୍ଷା ଲାଗି ରହୁଥିବାରୁ ବିନିକା ସହର ସମେତ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କୁତ୍ରିମା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଯେଉଁ ଆଡେ ଦେଖିବ କେବଳ ପାଣିର ଭ୍ରମ । କେଉଁଠି ପାଣିର ବେଗ ଦୃତ ଗତିରେ ଆଗକୁ ବଢୁଛି ତ ଆଉ କେଉଁଠି ଭରପୁର ପାଣି ଜମି ରହିଛି । ସହରରେ ଡ୍ରେନେଜ୍ ବ୍ୟବସ୍ଥା ଠିକ ନଥିବାରୁ ବର୍ଷା ପାଣି ଲହଡ଼ା ମାରି ଏଣେତେଣେ ଯାଉଥିବା ଦେଖିବାକୁ ମିଳୁଛି । ପାଣିରେ ସମସ୍ତେ ଯିବା ଆସିବା କରୁଛନ୍ତି । ପାଣି ନିଷ୍କାସନ ହୋଇ ନପାରି ବିଭିନ୍ନ ଘର ଦ୍ଵାରା ଏପରିକି ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ରାସ୍ତା ଘାଟ ଆଦି ସ୍ଥାନ ମାନଙ୍କରେ ପାଣି ଜମି ରହିଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି।ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ବର୍ଷା ସାଂଗକୁ ଚୌକି ଜୋର ରେ ନିମିଷକ ମଧ୍ୟରେ ଅଟଲତାକ ପାଣି ପ୍ରବାହିତ ହୋଇ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇପଡିଛି ।

ପ୍ରସିଦ୍ଧ ଶୈବପୀଠ ଚରଦା କୁ ଯାଇଥିବା ରାସ୍ତାରେ ଥିବା ଚୌକି ବ୍ରିଜ ଉପରେ ୪ ରୁ ୫ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ସେହିପରି ଉଲ୍ଲେ ଛକ ଠାରୁ ଚରଦା ରାସ୍ତା ପାର୍ଶ୍ବ ରେ ରହୁଥିବା ଚୌକି କୋଲପଡ଼ା କୁ ଚୌକି ଜୋର ପାଣି ମାଡ଼ି ଯିବାରୁ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଚୌକି କୋଳପଡା ର ଅନେକ ଲୋକ ଙ୍କ ମାଟି ଘର ଭାଙ୍ଗିଯିବା ସହିତ ବହୁ ଆସବାପତ୍ର ନଷ୍ଟ ହୋଇଛି । ଖବର ପାଇ ବିନିକା ନଗରପାଳ ସୁବାଶ ଚନ୍ଦ୍ର ଭୋଇ,କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ବିନିକା ଆରଆଇ ବସନ୍ତ ବରିହା, ଏନଏସି କର୍ମଚାରୀ ଉମାକାନ୍ତ ସିଂ ସମେତ ଷ୍ଟାଫ,ଅଗ୍ନିଶମ କର୍ମଚାରୀ, ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ବନ୍ୟା ପାଣିରେ ପ୍ରବାହିତ ୨୦ପରିବାର ର ୬୦ ଜଣଙ୍କୁ ସ୍ଥାନୀୟ କଲେଜ ବନ୍ୟା ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତରିତ କରାଯାଇ ରିଲିଫ ବଣ୍ଟନ କରାଯାଉଛି । ସେହିପରି ଅନ୍ୟ ପକ୍ଷରେ ବିନିକା ୧୦ନଂ ୱାର୍ଡ କଇରାପାଲି ରେ ବର୍ଷା ପାଣି ଜମାଟ ବାନ୍ଧିବା ଓ ଚୌକି ଜୋର ର ପ୍ରବାହିତ ପାଣିରେ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି ।

ଆଜି ସକାଳୁ ପ୍ରବଳ ବେଗରେ ପାଣି ମାଡ଼ିବାରୁ ଗ୍ରାମର ଅନତି ଦୂରରେ ରହୁଥିବା ଶ୍ରୀରାମ ଭୁଇ ଓ ସାବିତ୍ରୀ ଭୂଇ ନାମକ ଦୁଇ ଜଣ ବୃଦ୍ଧ ବୃଦ୍ଧା ଙ୍କ ଘର ଚତୁରପର୍ଶ୍ୱରେ ପାଣି ହୋଇଯିବା ସହ ଘର ଭିତରେ ଆଣ୍ଠୁଏ ପାଣି ଭର୍ତ୍ତି ହୋଇଥିଲା।ଜୀବନ ରକ୍ଷା ପାଇଁ ଉଭୟେ ବୃଦ୍ଧ ବୃଦ୍ଧାଙ୍କୁ ସ୍ଵେଚ୍ଛାସେବୀ ସୁଧୀର ସାମନ୍ତରାୟ ପ୍ରାୟ ୮ ଜଣ ଯୁବକ ୪ରୁ ୫ଫୁଟ ବନ୍ୟା ପାଣିରେ ପଶି ଉଭୟ ବୃଦ୍ଧ ବୃଦ୍ଧଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କଇରାପାଲି ଗ୍ରାମ୍ୟ ରାସ୍ତାରେ ୯ଫୁଟ ରୁ ଅଧିକ ପାଣି ପ୍ରବାହିତ ହେଉଥିବା ବେଳେ ଗ୍ରାମର ଚାରିପଟେ ପାଣି । ଫଳରେ ଚାଷ ଜମି ଗୁଡିକ ସମ୍ପୁର୍ଣ୍ଣ ବୁଡି ଯାଇଥିବାରୁ ଗ୍ରାମ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛି । ଗ୍ରାମବାସୀଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ବିଳମ୍ବ କରିଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ପରେ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସ୍ଥାନୀୟ କମ୍ୟୁନିଟି ସେଣ୍ଟର ଓ କ୍ଲବ ଘେରରେ ପ୍ରାୟ ୧୨୦ ଜଣ ଙ୍କୁ ରଖାଯାଇଛି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ରିଲିଫ ବଣ୍ଟନ କରାଯାଉଛି । ଅନ୍ୟ ପକ୍ଷରେ ବିନିକା ଏସ ରାମପୁର ମୁଖ୍ୟ ରାସ୍ତାର ବିଶାଳପାଲି ଛକ ନିକଟରେ ଥିବା ଏକ ନାଲ ଉପରେ ୫ଫୁଟ ପାଣି ପ୍ରବାହିତ ହେଉଥିବା ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇ ପଡ଼ିଛି ।

ବର୍ଷା ଯୋଗୁଁ ବହୁ ଲୋକଙ୍କ ମାଟି ଘର ଭାଙ୍ଗି ଯିବାର ଆଶଙ୍କା ରହିଛି। ଧାନ ଚାଷ ସମେତ ପନିପରିବା ଚାଷ ମଧ୍ୟ କ୍ଷତି ଘଟିଛି । ସେହିପରି ସିଲାଟି ଜୋର ରେ ବନ୍ୟା ପାଣି ଆସିଯିବାରୁ ସିଲାଟି ବ୍ରିଜ ଉପରେ ଆଣ୍ଠୁଏ ପାଣି ଯାଉଛି । ଏଥିଯୋଗୁଁ ବିନିକା – ସିଲାଟି ରାସ୍ତା ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇଛି । ଆଗକୁ ଯଦି ବର୍ଷା ଲାଗିରହେ ତେବେ ବହୁ ଧନ ଜୀବନ ଦୁର୍ବିସହ ହେବା ସହିତ ବ୍ୟାପକ କ୍ଷତି ଘଟିବ ବୋଲି ଅନୁମାନ କରାଯାଉଛି । ସେହିପରି ହରିହର (ଠେଙ୍ଗ) ଡ୍ୟାମରୁ ୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହୋଇଥିବାରୁ ମୂର୍ଷୁଣ୍ଢି ପଥରଘାଟ ସେତୁ ଉପରେ ବନ୍ୟା ଜଳ ଚାଲିଥିବାରୁ ଯାନ ବାହାନ ସମେତ ଲୋକେ ଯିବା ଆସିବାରେ ଅସୁବିଧାର ହୋଇଛିନ୍ତି ।

Popular Articles