ପ୍ରାଥମିକ ଶିକ୍ଷକ ସଂଗଠନ ଗୁଡ଼ିକର କର୍ମକର୍ତ୍ତାଙ୍କୁ ନେଇ ବୁଧବାର ଏକ ଆଭାଷି ବୈଠକ ଅନୁଷ୍ଠିତ

0
82

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୩/୦୮) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ରାଜ୍ୟ ସଂଘ ଓ ବିଭିନ୍ନ ବର୍ଗର ରାଜ୍ୟ ଶିକ୍ଷକ ସଙ୍ଘର ମିଳିତ ନିଷ୍ପତି ଅନୁଯାୟୀ ରାୟଗଡା ଜିଲ୍ଲାର ସବୁ ବର୍ଗର ପ୍ରାଥମିକ ଶିକ୍ଷକ ସଂଗଠନ ଗୁଡ଼ିକର କର୍ମକର୍ତ୍ତାଙ୍କୁ ନେଇ ବୁଧବାର ଏକ ଆଭାଷି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଲକର ଶୀର୍ଷ ଶିକ୍ଷକ ନେତୃବୃନ୍ଦ ଗୁଗଲ-ଲିଙ୍କ ମାଧ୍ୟମରେ ଯୋଗ ଦେଇଥିଲେ । ରାୟଗଡା ଜିଲ୍ଲା ଶାଖା ସଭାପତି ଅଜିତ କୁମାର ଚୌଧୁରୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଶିକ୍ଷକ ମାନଙ୍କର ଦୀର୍ଘ ଦିନରୁ ହୋଇ ଆସୁଥିବା ତିନି ଦଫା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକର ନିଷ୍ପତି ଅନୁସାରେ ଆଗାମୀ ଅଗଷ୍ଟ ୫ ତାରିଖରେ ବ୍ଲକ ସ୍ତରରେ ଏବଂ ଅଗଷ୍ଟ ୧୧ ତାରିଖରେ ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲପାଳଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ସମସ୍ତ ବର୍ଗର ଶିକ୍ଷକ ମାନେ ସମୂହ ଛୁଟିରେ ରହିବା ସହିତ ବ୍ଲକ ସ୍ତରରୁ ଆନ୍ଦୋଳନ ଆରମ୍ଭ କରାଯିବା ପାଇଁ ସ୍ଥିର କରାଗଲା ।

ବୈଠକରେ ଜିଲ୍ଲା ସମ୍ପାଦକ ନିଳାଞ୍ଚଳ ମିଶ୍ର,ରାଜ୍ୟ ଉପସଭାପତି ନରେଶ ସିଂ, ଓ ରାଜ୍ୟ ଆଞ୍ଚଳିକ ସମ୍ପାଦକ ଦୀପକ ରାଉତ ତଥା ଏନ ପି ଏସ, ଏକ୍ସ କ୍ୟାଡ଼ର, ଓ ପି ଏସ, ଏମ ଏଲ ଇ, କନିଷ୍ଠ ଶିକ୍ଷକ ଆଦି ସମସ୍ତ ବର୍ଗର ସଂଗଠନର ଆଦିତ୍ୟ ନାରାୟଣ ସାହୁ, ସୁନିଲ କୁମାର ପ୍ରଧାନ, ପ୍ରମୋଦ କୁମାର ପଣ୍ଡା, ଦୀପକ କୁମାର ସାହୁ, ସୋମନାଥ ଗରଡା, ତାଉଡୁ କଣ୍ଡାଗୋରି, ମହେନ୍ଦ୍ର ବାଗ, ସଦାନନ୍ଦ ନାୟକ, ଅକ୍ଷୟ ରଥ, ଲକ୍ଷ୍ମଣ ସାହୁ, ରମାକାନ୍ତ ବିରଦଳେଇ, ଶିବରାମ କାଡ୍ରାକା, ନିରାକାର ସାହୁ, ରାଜେନ୍ଦ୍ର ଗାଜିବିଲି, ଦୀପକ ସାହୁ ଓ ସୁରେଶ ପଟନାୟକ ପ୍ରମୁଖ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରତିନିଧି ବୃନ୍ଦ ଯୋଗ ଦେଇ ବୈଠକ କୁ ସଫଳ କରାଇଥିବାରୁ ସମସ୍ତଙ୍କୁ ଶେଷରେ ଆବାହକ ନୀଳାଚଳ ମିଶ୍ର କୃତଜ୍ଞତା ଜ୍ଞାପନ କରିଥିଲେ ।