ଅତ୍ୟାଧୁନିକ ରୋଗ ନିରୂପଣ କେନ୍ଦ୍ର ଉଦଘାଟିତ

0
70

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୨/୦୮) : ରାୟଗଡା ସହରରେ ଆଜି ଅତ୍ୟାଧୁନିକ ରୋଗନିରୂପଣ କେନ୍ଦ୍ର ସାଇକୃପା ଡାଇଗ୍ନୋଷ୍ଟି ସ୍ଥାନୀୟ ବ୍ୟାଙ୍କ କଲୋନୀ ସ୍ଥିତ ପ୍ରଥମ ଗଳିରେ ଉଦଘାଟିତ ହୋଇଯାଇଛି ।WhatsApp Image 2023 08 03 at 08.27.39 1 ଅତ୍ୟାଧୁନିକ ରୋଗ ନିରୂପଣ କେନ୍ଦ୍ର ଉଦଘାଟିତ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ଦ୍ୱାରା କେନ୍ଦ୍ରଟି ଶୁଭ ଉଦଘାଟନ ହୋଇଛି । ରାୟଗଡା ଜିଲ୍ଲାରେ ରୋଗୀ ସ୍ୱାସ୍ଥ୍ୟ ଜନିତ ସୁବିଧା ପାଇବା ସକାଶେ ସମସ୍ୟା ଦେଖାଦେଇଛି । ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ଉନ୍ନତମାନ ରୋଗ ନିରୂପଣ କେନ୍ଦ୍ର ନଥିବାରୁ ପଡୋଶୀ ବିସାଖାପାଟଣକୁ ଲୋକେ ନିର୍ଭର କରିଥାନ୍ତି । ଜିଲ୍ଲାରେ ସ୍ୱାସ୍ଥ୍ୟ ସଂକ୍ରାନ୍ତିୟ ଉନ୍ନତମାନ ଯାନ୍ତ୍ରିକ ଉପକରଣ ନଥିବାରୁ ଲୋକେ ବ୍ରହ୍ମପୁର, ବିସାଖାପାଟାଣା ଆଦି ସହରକୁ ଯାଇ ଅତ୍ୟଧିକ ଖର୍ଚ୍ଚାନ୍ତ ର ସମ୍ମୁଖୀନ ହେଉଥିଲେ ।

ସମ୍ପ୍ରତି ରାୟଗଡା ସହରରେ ଅତ୍ୟାଧୁନିକ ସୁବିଧା ବିଶିଷ୍ଟ ରୋଗ ନିରୂପଣ କେନ୍ଦ୍ର ଉଦଘାଟିତ ହେବାରୁ ଜିଲ୍ଲାବାସୀଙ୍କୁ ସଦର ମହକୁମାରେ ସମସ୍ତ ସ୍ୱାସ୍ଥ୍ୟଗତ ସୁବିଧା ମିଳିବା ନେଇ ଆଶା ସଂଞ୍ଚାର ହୋଇଛି । ଉକ୍ତ ରୋଗ ନିରୂପଣ କେନ୍ଦ୍ରରେ ଅଲଟ୍ରା ସାଉଣ୍ଡ, ଇସିଜି, ପାଥୋଲ୍ୟାବ୍‍, ଡେଣ୍ଟାଲ ସମେତ ସମସ୍ତ ପ୍ରକାର ରକ୍ତ ପରୀକ୍ଷା ଆଦି ସୁବିଧା ରହିଛି । ଏଥିସହିତ ସାଇକୃପା ରୋଗ ନିରୂପଣ କେନ୍ଦ୍ରରେ ଡାକ୍ତରୀ ପରାମର୍ଶ ସକାଶେ ସ୍ତ୍ରୀ ରୋଗ, ଚର୍ମ ରୋଗ, ଆଣ୍ଠୁଗଣ୍ଠି ରୋଗ, ମଧୁମେୟ, ଦନ୍ତ ରୋଗ, କାନ, ନାକ ଓ ଗଳା ଏବଂ ସାଧାରଣ ଔଷଧ ବିଭାଗ ବିଶେଷଜ୍ଞ ଡାକ୍ତର ମଧ୍ୟ ନିୟୋଜିତ ହୋଇଥିବା ଜଣାପଡିଛି । ଏହି ଉଦଘାଟନି ଅବସରରେ ସାଇକୃପା ଡାଇଗ୍ନୋଷ୍ଟି ର ମୁଖ୍ୟ ରାଜେଶ କୁମାର ପାଢ଼ୀ ଓ ଦିପଙ୍କର ରଥ, ସେଞ୍ଚୁରିଅନ ଫାର୍ମାସୀ କଲେଜ୍ ର ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।