Saturday, August 8, 2020
Home Children Issue ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି କହିଲେ ଭୁଲ ହେବ ନାହିଁ | ଅଭିଜ୍ଞ ଡାକ୍ତର ଅଭାବ ହେଉଅବା ଡାକ୍ତରଙ୍କ ମନମାନୀ ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି l

ଏବେ କୋରନା ମହାମାରୀ ଚାଲିଥିବାରୁ ଜଣେ ସାଧାରଣ ରୋଗୀ ମେଡିକାଲ ଯାଇ ପାରୁନି କି ଗଲେ ବି ଚିକିତ୍ସା ହେଇ ପାରୁନି କି ରୋଗୀଙ୍କୁ ଡାକ୍ତର ଦେଖୁ ନାହାନ୍ତି | ରବିବାର ଦିନ ରାଇକିଆ ବ୍ଲକ ସୁଗଡ଼ବାଡ଼ି ଗ୍ରାମରୁ ଜଣେ କୁନି ବାଳକ ବାଲୁଙ୍କେଶ୍ୱ ବୟସ ୭ବର୍ଷର ଦେହ ଖରାପ ଥିବାରୁ ଆମ୍ବୁଲାନ୍ସ ଯୋଗେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସ ଡକେଇଥିଲେ କିନ୍ତୁ କଣ୍ଟେନମେଣ୍ଟ ଜୋନ ଯୋଗୁଁ ପ୍ରଶାସନ ତରଫରୁ ରାସ୍ତାକୁ ବାଉଁଶ ଦେଇ ବନ୍ଦ କରାଯାଇଥିଲା | ଯାହା ଫଳରେ ଉକ୍ତ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ ଓ ସେହି ବାରିକେଡ ପାଖରେ ଅଟକି ରହିଲା । ଦୀର୍ଘ ୪କିମି ଗଲା ପରେ ଆମ୍ବୁଲାନ୍ସ ଯୋଗେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଗଲା କିନ୍ତୁ ଡାକ୍ତର ମହାଶୟ ଚିକିତ୍ସା ପାଇଁ ନିଜର ଅକ୍ଷମତା ପ୍ରକାଶ କଲେ ଓ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ରେଫର କଲେ । କିନ୍ତୁ ସରକାରୀ / ବେସରକାରୀ କୌଣସି ଆମ୍ବୁଲାନ୍ସ ବ୍ୟବସ୍ଥା ହେଇ ପାରିଲା ନାହିଁ, ସଟଡାଉନ ଥିବା ଯୋଗୁଁ ଅନ୍ୟ କୌଣସି ଯାନବାହନ ମଧ୍ୟ ମିଳିଲା ନାହିଁ ଏହି ସମୟରେ ଶିଶୁର ଅଧିକ ଦେହ ଖରାପ ହେବାରୁ ଦୁର୍ଭାଗ୍ୟକୁ ସେହି ଶିଶୁର ମୂଲ୍ୟବାନ ଜୀବନ ଚାଲିଗଲା ।

ଉକ୍ତ ଶିଶୁର ଶବକୁ ଗାଁକୁ ନେବାକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଯାନବାହନ ଭି ମିଳିଲା ନାହିଁ | ଶେଷରେ ଶିଶୁର ବାପା ବାଧ୍ୟ ହୋଇ ଦୁଇ ଚକିଆ ଯାନରେ ଶିଶୁର ଶବକୁ ଗାଁକୁ ନେଇ ଗଲେ | ଶିଶୁର ମୃତ୍ୟୁ ପାଇଁ କିଏ ଦାୟୀ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନା ବ୍ଲକ ପ୍ରଶାସନ ନା ଜିଲ୍ଲା ପ୍ରଶାସନ ଯିଏ ରାସ୍ତା ଅବରୋଧ କରିବା ପାଇଁ ଅନୁମତି ଦେଇଛନ୍ତି ନା ସ୍ୱାସ୍ଥ୍ୟ ବିଭାଗ ଯିଏ ସାଧାରଣ ରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରି ପାରୁନି | ଏହି ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସରକାରୀ ଅବହେଳା ଯୋଗୁଁ ମୃତ୍ୟୁ ବରଣ କରିଥିବାରୁ ଉକ୍ତ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବା ପାଇଁ ବିଭିନ୍ନ ମହଲରେ ଦାବୀ ହୋଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: