Friday, March 29, 2024

Top 5 This Week

Related Posts

ଅତିରିକ୍ତ ଜିଲ୍ଲାପାଳ ଦ୍ୱୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨/୦୮) : ରାୟଗଡା ଜିଲ୍ଲାର ଦୁଇଜଣ ଅତିରିକ୍ତ ଜିଲ୍ଲାପାଳଙ୍କ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳ ଶ୍ରୀମତି ସ୍ଵଧା ଦେବ ସିଂଙ୍କ ଅଧକ୍ଷତlରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି lWhatsApp Image 2023 08 02 at 19.10.31 ଅତିରିକ୍ତ ଜିଲ୍ଲାପାଳ ଦ୍ୱୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କର୍ମଚାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ବିଦାୟୀ ଅତିରକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ, ରାୟଗଡ ଭୀମସେନ ଶବର, ପ୍ରକଳ୍ପ ପ୍ରଶାସକ, ଆଇଟି ଡିଏ ପ୍ରମୁଖ ଯୋଗଦାନ କରିଥିଲେ l ବିଦlୟୀ ଅରିତିକ୍ତ ଜିଲ୍ଲାପାଳଙ୍କ ପଦନ୍ନତି ପାଇଛନ୍ତି l ସେମାନଙ୍କ ମଧ୍ୟରୁ ସୋମନାଥ ପ୍ରଧାନଙ୍କ କୋରାପୁଟ ଅତିରକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବାବେଳେ ଧର୍ମାନନ୍ଦ ବେହେରାଙ୍କ ନବରଙ୍ଗପୁର ଜିଲ୍ଲାକୁ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଯାଇଛି l ଦୁଇଜଣ ପାଖାପାଖି ଦୀର୍ଘ ଦୁଇବର୍ଷ କାର୍ଯ୍ୟକାଳରେ ସେମାନଙ୍କ କାର୍ଯ୍ୟ ଶୈଳୀ,କାର୍ଯ୍ୟ ପରିଚାଳନା ଓ ଦିଗଦର୍ଶନ ଉପରେ ସମସ୍ତ କର୍ମଚାରୀ ଆଲୋକପlତ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଶ୍ରୀ ବେହେରା ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟଶୈଳୀ ପାଇଁ ରାୟଗଡରେ ଜନ ଆଦୃତ ଲାଭ କରିପାରିଥିଲେ ଓ ସବୁଦିନ ପାଇଁ ମନେ ରହିବେ ବୋଲି ଅଧିକାଂଶ ବକ୍ତା ମତବ୍ୟକ୍ତ କରିଥିଲେ l ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାସ୍ଥରୀୟ ଅଧିକାରୀ, ତହସିଲଦାର,ବିଡ଼ିଓ, ଓଡିଶା ପ୍ରଶାସକ ଅଧିକାରୀ ସଙ୍ଘ ତରଫରୁ ସ୍ଥାନୀୟ ପ୍ରଦକ୍ଷିଣ ଗୃହରେ ଅନୁଷ୍ଠିତ ହେବ l

Popular Articles