ଜଗବନ୍ଧୁ ମେହେର ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତୀର୍ଣ୍ଣ

0
65

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୮) : ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ୨୦୬ ନମ୍ବର ସ୍ଥାନରଖି ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ଖରଜୁରା ଗ୍ରାମ ପଞ୍ଚାୟତ ର ବାଘପାଲି ଗ୍ରାମର ଶ୍ରୀ ଜଗବନ୍ଧୁ ମେହେର (OCS) ରେ ଉତୀର୍ଣ୍ଣ ହୋଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି l

ଏହି ସଫଳତା ପାଇଁ ତାଙ୍କର ପରିବାର ବର୍ଗଙ୍କୁ ଶୁଭେଚ୍ଛା ସୁଅ ଛୁଟୁଛି l ସୋନପୁର ସେନ୍ସ କଂଭେନ୍ସ ସ୍କୁଲର ଛାତ୍ର ଜଗବନ୍ଧୁ ଦଶମ ଶ୍ରେଣୀରେ ୯୨ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଥିଲେ l ବିଶାଖାପାଟଣା ଶ୍ରୀ ଚୟିତନ୍ୟ ଜୁନିଅର କଲେଜ ଯୁକ୍ତ ଦୁଇ ରେ ୮୭ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ l ପରେ ଲୋକଙ୍କ ସେବା କରିବା ଲକ୍ଷରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ପାଇଁ ଦିନକୁ ୮ ରୁ ୯ ଘଣ୍ଟା ପରିଶ୍ରମ କରିଛନ୍ତି l କଠିଣ ପରିଶ୍ରମ ପାଇଁ ଜଗବନ୍ଧୁଙ୍କୁ ସଫଳତା ମିଳିଛି ଓ ଭଗବାନଙ୍କ ଆଶ୍ରିବାଦ ପାଇଁ ବୋଲି କୁହନ୍ତି ବାପା ପୀତବାସ ମେହେର ଓ ମାତା ଯଜ୍ଞ ମେହେର l ଖରଜୁରା ପଞ୍ଚାୟତ ତଥା ବାଘପାଲି ଗ୍ରାମରୁ ଜଗବନ୍ଧୁଙ୍କୁ ଶୁଭେଚ୍ଛା ବାର୍ତା ଜଣାଉଛନ୍ତି l