ଓଡ଼ିଶାରୁ ଗିରଫ ହେଲେ କେରଳର ୪ ଗଞ୍ଜେଇ ମାଫିଆ

0
54

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୦୨/୦୮) : ଓଡ଼ିଶାରୁ ଗିରଫ ହେଲେ କେରଳର ୪ ଗଞ୍ଜେଇ ମାଫିଆ । ସେମାନେ ଗଜପତି ଜିଲ୍ଲାରୁ ତାମିଲନାଡୁକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ୍‌ ମାଡ଼ି ବସିଲା ।

ପୁଲିସ୍‌ ସେମାନଙ୍କୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ, କାର ଓ ଲକ୍ଷାଧିକ ଟଙ୍କା ଜବତ କରିଛି । କେରଳ ପାଲକୋଟ ଅଞ୍ଚଳର ୪ ଗଞ୍ଜେଇ ମାଫିଆ ମୋହନାରେ ଡେରା ପକାଇଥିଲେ । ମାଫିଆମାନେ ବାଲିପଙ୍କଠାରେ ଏକ କଣ୍ଟେନରରେ ୨୦୮ କେଜି ଗଞ୍ଜେଇ ଲୋଡ୍‌ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ମୋହନା ଥାନା ପୁଲିସ୍‌ ସେଠାରେ ପହଞ୍ଚି କଣ୍ଟେନରରେ ଲୋଡ୍‌ ହେଉଥିବା ଗଞ୍ଜେଇ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ଏହି ଅଭିଯୋଗରେ ପୁଲିସ୍‌ କେରଳର ୪ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲା । ପୁଲିସ୍‌ ଅଭିଯୁକ୍ତଙ୍କଠାରୁ ପୁଲିସ୍‌ ଗୋଟିଏ କାର, ନଗଦ ୧ ଲକ୍ଷ ୫ ହଜାର ଟଙ୍କା, ୮ଟି ଏଟିଏମ କାର୍ଡ, ୬ଟି ମୋବାଇଲ ଓ ୨ଟି ୱାକିଟକି ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇ ବାଲିପଠାରୁ ତାମିଲନାଡୁ ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ଗଜପତି ଅତିରିକ୍ତ ଏସ୍‌ପି ସୁନିଲ ମହାନ୍ତି କହିଛନ୍ତି ।