1. Big News : ଡାହାଣୀ ସନ୍ଦେହରେ ହତ୍ୟା, ହତ୍ୟାକାରୀକୁ ଆଜୀବନ ଜେଲ

0
52
ଡାହାଣୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୦୨/୦୮) : ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି ।

ଡାହାଣୀ ସନ୍ଦେହରେ ହତ୍ୟା, ହତ୍ୟାକାରୀକୁ ଆଜୀବନ ଜେଲ : ଆଜି ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର ଏହି ଦଣ୍ଡାଦେଶ ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ବଡାମତଳିଆ ଗ୍ରାମରେ ଗତବର୍ଷ ଜୁଲାଇ ୧୬ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଅଭିଯୁକ୍ତ ମଦନ ପିଙ୍ଗୁଆ (୬୫) କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ହୋଇଛି । ଜେଲ ଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି ।

ସେ ତାଙ୍କ ଗ୍ରାମର ଗାଙ୍ଗୀ ଜାମୁଦା(୭୦) ନାମକ ଜଣେ ବୃଦ୍ଧାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ମଦନ ପିଙ୍ଗୁଆର ସ୍ତ୍ରୀଙ୍କ କୌଣସି କାରଣ ବସତଃ ଦେହାନ୍ତ ହୋଇଥିଲା । ହେଲେ ଗାଙ୍ଗୀ ଜାମୁଦା ଡାହାଣୀ ହୋଇ ମଦନର ସ୍ତ୍ରୀକୁ ମାରି ଦେଇଥିବା ସନ୍ଦେହ କରୁଥିଲା । ପ୍ରତିଶୋଧ ପରାୟଣ ହୋଇ ମଦନ ଉକ୍ତ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଠାରେ ଏକାକୀ ଯାଉଥିବା ଗାଙ୍ଗୀଙ୍କୁ ଏକ ବାଡିରେ ପିଟିପିଟି ମାରି ଦେଇଥିଲା । ମାମଲା ରୁଜ୍ଜୁ ପରେ ମଦନଙ୍କୁ ଗିରଫ କରି ତଦନ୍ତ କରିଥିଲା ପୁଲିସ । ହତ୍ୟାର ଶିକାର ଗାଙ୍ଗୀଙ୍କ ପକ୍ଷରୁ ସରକାରୀ ଓକିଲ ପଙ୍କଜ କୁମାର ଦାସ ମାମଲା ଲଢ଼ୁଥିଲେ ।