Saturday, August 8, 2020
Home Development ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି । ଫଳରେ ଲୋକମାନେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ, ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ଘେଁସାଲଇ ନଦୀ ଉପରେ ବ୍ରିଜ୍‍ କାମ ଚାଲିଥିବାରୁ ବିଜେପୁର ପଟ ରାସ୍ତାକୁ ପରିବର୍ତ୍ତନ କରି କାମ ଚାଲିଛି । ବିଜେପୁର ପଟରୁ ନୂତନ ଭାବେ ନିର୍ମିତ ହୋଇଥିବା ଏହି ରାସ୍ତାର ଗୋଟିଏ ପଟରେ ୬/୭ ଫୁଟ୍‍ ତଳକୁ ବିଲ ରହିଛି । ଏବେ ବର୍ଷାଦିନ ଯୋଗୁ ମାଟି ଧୋଇଯାଇ ପ୍ରାୟ ୧୫୦ ମିଟର ରାସ୍ତା ସଙ୍କୁଚିତ ହୋଇଥିବା ବେଳେ ଆଗକୁ ଯାତାୟାତ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି । ତେଣୁ ବିଲ ପଟକୁ ଗାର୍ଡୱାଲ କରିବା ପାଇଁ ଦାବି ହେଉଛି । ସେହିପରି ଉକ୍ତ ରାସ୍ତାର ମଧ୍ୟଭାଗରେ ଏକ ଇଲେକ୍ଟ୍ରି ଖୁଣ୍ଟ ରହିଛି । ତାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପରିବର୍ତ୍ତେ ଟ୍ରାଫିକ୍‍ ପୋଷ୍ଟ ଭଳି କରାଯାଇଛି । କିଛିଦିନ ତଳେ ଏକ କାର୍‍ ଏହି ଖୁଣ୍ଟରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୁଣି ବିଜୁ ଏକ୍ସପ୍ରେସ ୱେର ବଡଜୋର ଶେଷ ମୁଣ୍ଡରୁ ବିଜେପୁର ରାସ୍ତାକୁ ରହିଥିବା ବୁଲାଣି ସବୁଠାରୁ ବିପଜ୍ଜନକ ହୋଇପଡିଛି । ଏଠାରେ ଟ୍ରାଫିକ୍‍ ପୋଷ୍ଟର ଆବଶ୍ୟକତା ରହିଛି । ଘେଁସ ବଡଜୋର ନିକଟରୁ ବିଜେପୁର ପଟକୁ ଯାଇଥିବା ଏହି ରାସ୍ତାଟି ଅତ୍ୟନ୍ତ ବ୍ୟସ୍ତବହୁଳ ହୋଇଥିବାବେଳେ ପ୍ରତ୍ୟହ ବହୁସଂଖ୍ୟାରେ ଭାରୀଯାନ ଯାତାୟାତ କରୁଛି । ତେଣୁ ମରଣଯନ୍ତା ପାଲଟିଥିବା ରାସ୍ତା ଟି ଆଗକୁ ଆହୁରି ବିପଦସଙ୍କୁଳ ହେବ । ତେଣୁ ଜିଲା ପ୍ରଶାସନ ଏଠାରେ ଟ୍ରାଫିକ୍‍ ପୋଷ୍ଟ ନିର୍ମାଣ, ବାଇପାସ୍‍ ରାସ୍ତା ପାଶ୍ୱର୍ରେ ଗାର୍ଡୱାଲ ନିର୍ମାଣ ସହ ରାସ୍ତା ମଝିରେ ଥବବା ବିଦ୍ୟୁତ୍‍ ଖୁଣ୍ଟ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: