Sunday, August 9, 2020
Home Corona Lockdown ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର ଭାବେ ନିଜର କାୟାବିସ୍ତାର କରିଚାଲିଛି |

ଏଣୁ କୋରାପୁଟ ଜିଲ୍ଲାପାଳ ଲୋକଙ୍କୁ ସଚେତନ କରୁଛନ୍ତି ଯେ କୋରାପୁଟ ଜିଲାର ୧୪ ଗୋଟି ବ୍ଲକରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହି ସଂକ୍ରମଣ ବ୍ରୂଦ୍ଧି ପାଇବାରେ ଲାଗିଛି ଓ ପ୍ରଶାସନ ସଜାଗ ରହି ଏହାର ମୁକାବିଲା କରୁଛି | ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରୀପୁଟ ପଞ୍ଚାୟତର ସାପ୍ତାହିକ ବଜାର ଦ୍ୱିତୀୟ ସପ୍ତାହରେ ମଧ୍ୟ ବନ୍ଦ ରହିଥିବାରୁ ଲୋକେ ହଇରାଣ ହୋଇଥିବାର ଦେଖିବାକୁ ମିଳିଛି | ତା ସହ ନିକଟସ୍ଥ ନାରାୟଣ ପାଟଣା ବ୍ଲକ ବଜାର ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଥିଲା | ବନ୍ଧୁଗାଁରେ ହୋଇଥିବା ସୋମବାର ଓ ବୁଧବାର ସହ ନୂତନ ଭାବରେ କୁମ୍ଭଗାଣ୍ଡା ପଞ୍ଚାୟତ ଠାରେ କରାଯାଇଥିବା ଶୁକ୍ରବାର ସାପ୍ତାହିକ ବଜାର ଉପରେ ବେପାରୀ ମାନେ କିଛି ପରିମାଣ ଭାବରେ ବେପାର ହୋଇଥିବାର ଲାଭ ଉଠାଇ ପାରିଥିଲେ | ଏଣୁକରି କରନା ମହାମାରୀ ଭୁତାଣୁ ଯୋଗୁଁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସରକାରଙ୍କ ନିୟମ ମାନି ଚଳିବା ସହ ସରକାରଙ୍କ ପଦକ୍ଷେପକୁ ଅମାନ୍ୟ ନ କରି ସମସ୍ତେ ଅଂଟାଅଭିଡ଼ି ମହାମାରୀ ରୋଗକୁ ପରାଜୟ କରିବା ଆମର ଲକ୍ଷ ବୋଲି ବ୍ଲକର କିଛି ବୁଦ୍ଧି ଜୀବୀମାନେ ଓ କିଛି ଭଦ୍ରବ୍ୟକ୍ତି ମାନେ କହିଛନ୍ତି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: