ସୋନପୁରର ସୁନା ଝିଅ ତୁଳସୀ ଓ ମୌସୁମୀ ଙ୍କ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜିମାତ

0
69

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୮) : ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷାରେ ୪୬ ନମ୍ବର ସ୍ଥାନରେ ସୋନପୁର ସହରର ସୁନା ଝିଅ ତୁଳସୀ ମେହେର (୨୫) ଓ ୩୧୪ ନମ୍ବର ସ୍ଥାନରେ ମୌସୁମୀ ପାତ୍ର ସଫଳତା ପାଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି ।WhatsApp Image 2023 08 02 at 10.59.52 1 jpeg ସୋନପୁରର ସୁନା ଝିଅ ତୁଳସୀ ଓ ମୌସୁମୀ ଙ୍କ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜିମାତ

ଏହି ସଫଳତା ନେଇ ତାଙ୍କର ପରିବାରବର୍ଗଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସୋନପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ତୁଳସୀ ଦଶମ ଶ୍ରେଣୀରେ ୯୦ ପ୍ରତିଶତ ମାର୍କ ରଖି ଉର୍ତ୍ତିର୍ଣ୍ଣ ହୋଇଥିଲେ । ବଲାଙ୍ଗୀର ଯୁବୋଦୟ କଲେଜ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ରେ ସେ ୯୧ ପ୍ରତିଶତ ମାର୍କ ରଖି ବଲାଙ୍ଗୀର ଜିଲ୍ଲା ଟପ୍ପର ର ସ୍ଥାନ ଅଧିକାର କରିଥିଲେ । ପରେ ରାଉରକେଲା ସ୍ଥିତ ଏନଆଇଟିରେ କେମିକାଲ ବିଭାଗ ଇଂଜିନିୟରିଂରେ ପାସ କରି ତୁଳସୀ ମେହେର ଜଣେ ମେଧାବୀ ଛାତ୍ରୀ ଭାବରେ ପ୍ରତିପାଦିତ କରିଥିଲେ । ଜନସେବା ଲକ୍ଷ୍ୟ କରି ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ପାଇଁ ୮/୯ ଘଣ୍ଟା ପରିଶ୍ରମ କରିଛନ୍ତି । ଆମ ର ଯୌଥ ପରିବାର ହେଲେ ମଧ୍ୟ କଠିନ ପରିଶ୍ରମ ପାଇଁ ତୁଳସୀ କୁ ସଫଳତା ମିଳିଛି ବୋଲି କହନ୍ତି ବାପା ଖଡି ଭୂଷଣ ମେହେର, ମା ଅମ୍ବିକା ମେହେର ଓ ଖୁଡି ଜ୍ୟୋସ୍ନା ମେହେର ପ୍ରକାଶ କରିଛନ୍ତି । ଏହି ସଫଳତା ପାଇଁ ଭାଇ ଚନ୍ଦନ ବାପା, ମାଆ ସହ ଭଗବାନଙ୍କୁ ଶ୍ରେୟ ଦେଇଛନ୍ତି ତୁଳସୀ ମେହେର ।

ସେହିପରି ସୋନପୁର ସହରର ମୌସୁମୀ ପାତ୍ର (୩୦) ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୩୧୪ ନମ୍ବର ସ୍ଥାନ ରଖି ଗୌରବ ଆଣି ଦେଇଛନ୍ତି । ସୋନପୁର ବାଳିକା ହାଇସ୍କୁଲ ଦଶମ ଶ୍ରେଣୀ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଏକ ମେଧାବୀ ଛାତ୍ରୀ ଭାବରେ ପରିଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଭୁବନେଶ୍ଵରସ୍ଥିତ ମିଟସ (miits) ସ୍କୁଲ ଅଫ ବାଇ ଟେକୋନଲୋଜିରେ ବିଏସସି ଏବଂ ଏମଏସି ଡିଗ୍ରୀ ହାସଲ କରିଛନ୍ତି । ଏବେ କିଟସ (Kitts) କଲେଜରେ ସିନିୟର ଲେବ୍ରୋଟେରୀ ଟ୍ରେକିସିଏନ ଭାବରେ କାର୍ଯ୍ୟରତ ଅଛନ୍ତି । ପ୍ରତିଦିନ ୮/୯ ଘଣ୍ଟା ପରିଶ୍ରମ କରନ୍ତି ବୋଲି ବାପା ସଦାନନ୍ଦ ପାତ୍ର ସହ ମା ଉମା ପାତ୍ର କହିଛନ୍ତି । ମେଧାବୀ ଛାତ୍ରୀ ମୌସୁମୀ ହେଉଛନ୍ତି ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କ ଝିଆରୀ । ପ୍ରଥମ ଥର ପାଇଁ ସହର ର ଦୁଇଜଣ କନ୍ୟା ରତ୍ନ ଙ୍କ ଏପରି ସଫଳତା ଜିଲ୍ଲା ର ଶିକ୍ଷା ପ୍ରେମୀ ଙ୍କୁ ଖୁବ ଆନନ୍ଦ ପ୍ରଦାନ କରିଛି ।