Saturday, August 8, 2020
Home Uncategorized ରାୟଗଡ ଜିଲ୍ଳାର ୬ଟି ଅବକାରୀ ଥାନା ଅଂଚଳରେ ବିଭାଗର ଚଢାଉ, ୨୧୦୦ଲିଟର ମହୁଲ ପୋଚ ନଷ୍ଟ...

ରାୟଗଡ ଜିଲ୍ଳାର ୬ଟି ଅବକାରୀ ଥାନା ଅଂଚଳରେ ବିଭାଗର ଚଢାଉ, ୨୧୦୦ଲିଟର ମହୁଲ ପୋଚ ନଷ୍ଟ ସହ ୧୧୫ଲିଟର ଦେଶୀ ରନ୍ଧାମଦ ଜବତ୍ ଓ ଜଣେ ଗିରଫ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ (୯/୭/୨୦): ଲକଡାଉନ ସମୟରେ ରାୟଗଡ ଜିଲ୍ଳାରେ ବେଆଇନ ଚୋରା ମଦ କାରବାରକୁ ରୋକିବା ପାଇଁ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଳା ଅବକାରୀ ବିଭାଗକୁ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମର୍ମରେ ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ଆଦେଶ କ୍ରମେ ଜିଲ୍ଳାର ୬ଟି ଅବକାରୀ ଥାନା ଅଂଚଳରେ ବିଭାଗୀୟ ଅଧିକାରୀ ଓ କନଷ୍ଟେବଳ ମାନେ ବ୍ୟାପକ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ, ବିଦେଶୀ ମଦ,ମହୁଲ ପୋଚ, ସଲପ, ତାଡି ସହ ମଦ ରନ୍ଧା ସାମଗ୍ରୀ ଜବତ ଓ ନଷ୍ଟ କରିଥିବା ବେଳେ ଜିଲ୍ଳାରେ ଚୋରାମଦ କାରବାରକୁ ଏକ ପ୍ରକାର ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି । ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନ ରାୟଗଡ ଥାନା ଅନ୍ତର୍ଗତ ଚକ୍ରପାଡୁ ଗ୍ରାମରୁ ୮୦୦ଲିଟର ମହୁଲ ପୋଚ,କଲ୍ୟାଣିସଂହପୁରର ଭିତରଝୋଲା ଗ୍ରାମରୁ ୭୦୦ଲିଟର ମହୁଲ ପୋଚ ଓ ୩୫ଲିଟର ଦେଶୀ ରନ୍ଧାମଦ,ବିଷମକଟକର ନୂଆଗାଁରୁ ୨୦୦ଲିଟର ମହୁଲ ପୋଚ ଓ ୪୦ଲିଟର ଦେଶୀ ରନ୍ଧାମଦ, ମୁନିଗୁଡାର ଟକିରପଡା ଗ୍ରାମରୁ ୯ ଲିଟର ସଲପ ତାଡି ଜବତ କରାଯିବା ସହ ଉକ୍ତ ଗ୍ରାମର ଭାସ୍କର ନିମାଲା ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଗୁଣପୁରର କୋଲମା ଓ ପୁରୁଣା ଗୁଣପୁର ଅଂଚଳରେ ଚଢାଉ କରାଯାଇ ୪୦୦ଲିଟର ମହୁଲ ପୋଚକୁ ଜବତ କରି ନଷ୍ଟ କରାଯାଇଛି।

ଗୁଡାରୀ ଥାନା ଅନ୍ତର୍ଗତ ସୁନାରୀପାଲି ଗ୍ରାମରୁ ୪୦ଲିଟର ଦେଶୀ ରନ୍ଧାମଦ ଓ ଗୋଟିଏ ମୋଟର ସାଇକେଲକୁ ଜବତ କରାଯାଇଛି । ଗୁରୁବାର ଦିନ ଜିଲ୍ଳାର ୬ଟି ଅବକାରୀ ଥାନା ଅଂଚଳରେ ୬ଟି ଅବକାରୀ କେସ ପଂଜୀକୃତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି ଏବଂ ୯ଲିଟର ସଲପ ତାଡି,୧୧୫ଲିଟର ଦେଶୀ ରନ୍ଧାମଦ,୨୧୦୦ଲିଟର ମହୁଲ ପୋଚ ଓ ଗୋଟିଏ ମୋଟର ସାଇକେଲକୁ ଜବତ କରାଯାଇଥିବା ନେଇ ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: