ଭୁସୁଡିଲା ନିର୍ମାଣଧିନ କଲଭର୍ଟ ୪ଶିଶୁ ସମେତ ୫ଜଣଙ୍କର ମୃତ୍ଯୁ , ଜଣେ ଉଦ୍ଧାର

0
90

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂପୁର, (୩୧/୭) : ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।WhatsApp Image 2023 07 31 at 14.00.20 ଭୁସୁଡିଲା ନିର୍ମାଣଧିନ କଲଭର୍ଟ ୪ଶିଶୁ ସମେତ ୫ଜଣଙ୍କର ମୃତ୍ଯୁ , ଜଣେ ଉଦ୍ଧାର

ନିର୍ମାଣଧିନ କଲଭର୍ଟ ବା ଛୋଟ ବ୍ରିଜ ତଳେ ଗାଧୋଉଥିବା ସମୟରେ ଭୁସୁଡି ପଡିବା ଫଳରେ ୪ଜଣ ନାବାଳକ ସମେତ ୫ଜଣଙ୍କର ମୃତ୍ଯୁ ଘୋଟିଛି । ସେମାନେ ଲକ୍ଷ୍ମୀଧର ମିଣିଆକା(୪୫), ପ୍ରିନ୍ସ ମିଣିଆକା। , ସୁମାନ ମିଣିଆକା (୫), ସାରନ ମିଣିଆକା(୫), ମୋନଜ ମିଣିଆକା (୫) ରହିଛନ୍ତି ଲଗାଣବର୍ଷା ହେଉଥିବାରୁ ବ୍ରିଜତଳେ ୬ଜଣ ଗାଧୋଉଥିବା ବେଳେ ହଠାତ ଭୁଷୁଡି ପଡିବା କାରଣରୁ ବ୍ରିଜ ତଳେ ଚାପି ହୋଇଯାଇଥିଲେ । ଖବର ଶୁଣି ଗ୍ରାମବାସୀ ପହଞ୍ଚି ଉଧାର କରିବା ସମୟରେ ୫ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୱେଷ ମିଣିଆକା (୫)ଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗ୍ରାମ ଓ ଘଟଣା ସ୍ଥଳରେ ସକାକୂଳ ପରିବେଷ ସୃଷ୍ଟି ହୋଇଛି ।

ଉକ୍ତ ଖବର ପାଇ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ବିଧାୟକ ମକରନ୍ଦ ମୁଦୁଲି, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ସୁଧୀର ଦାସ ,ଜିଲା ଆରକ୍ଷୀ ବିବେକାନନ୍ଦ ଶର୍ମା , ଏସ ଡିପିଓ ଆର ସେନାପତି, ବିଡ଼ିଓସୁନିଲ ଖରା, ତହସିଲଦାର ସୁଧାକର ରଇତ, ଥାନା ଅଧିକାରୀ ସୁମନ୍ତି ମହାନ୍ତି, ଅଗ୍ନିଶମ ବିଭାଗ ଅଧିକାରୀ ବଳରାମ ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ପରିବାରକୁ ସମବେଦନା ଜଣାଇଥିଲେ । ଶବ ବ୍ୟବଚ୍ଛେଦ କରିବା ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି । ଅନ୍ୟ ପଟେ ସ୍ୱାମୀ ଲକ୍ଷ୍ମୀଧର ଓ ପୁଅ ପ୍ରିନ୍ସ ଙ୍କ ମୃତ୍ୟୁ ସହି ନପାରି ସ୍ତ୍ରୀ ଦୀପାଇ ମିଣିଆକା ବିଷ ପାନ କରି ଆହତ ହୋଇଥିଲେ । ତାହାକୁ ପୁଲିସ ଜାଣି ପାରି ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏହାର ତଦନ୍ତ କରିବା ପରେ ମୃତ ପରିବାରକୁ ସହାୟତା ଯୋଗାଇଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।