ଜିଆଇଇଟି ବିଶ୍ୱବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୭୦ ୟୁନିଟ ରକ୍ତ ସଂଗ୍ରହ

0
78

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୩୧/୦୭) : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 07 31 at 20.22.41 ଜିଆଇଇଟି ବିଶ୍ୱବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୭୦ ୟୁନିଟ ରକ୍ତ ସଂଗ୍ରହ

ଏହି ଶିବିରରେ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏ ଭି ଏନ ଶର୍ମା, ରେଜିଷ୍ଟ୍ରାର ଡ ଏନ.ଭି. ଜେ.ରାଓ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ । ଏହି ଶିବିରକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନଶୁ ଶେଖର ରଥ, ଡ ଏସ ଏସ ପାଢ଼ୀ ,ଅଧ୍ୟାପକ ବାଣୀ ପ୍ରସାଦ ନାୟକ, ପ୍ରମୋଦ ରଂଜନ ପଣ୍ଡା, ଗୋପାଳ କୃଷ୍ଣ ମହାନ୍ତି, ସିଦ୍ଧାର୍ଥ ପ୍ରୀତମ୍, କୃଷ୍ଣ ପ୍ରସାଦ ଦାସ ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ । ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ସୁଜାତା ଦେବୀ, ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା, ସୁରୁଚି ପାତ୍ର, ରୋଜି ନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହ ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକ ମାସରେ ଏଭଳି ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରି ବହୁ ରକ୍ତହୀନତା ରୋଗୀଙ୍କୁ ରକ୍ତ ଯୋଗାଇବା ସହଯୋଗ କରାଯାଉଛି ।