Friday, March 29, 2024

Top 5 This Week

Related Posts

ଭୁବନେଶ୍ୱରରେ ସ୍ବିଗି ଫୁଡ୍ ତରଫରୁ ଫୁଡ୍ ଫେଷ୍ଟିଭାଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୧/୦୭) : ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ସ୍ବିଗି ଫୁଡ୍ ତରଫରୁ ଆୟୋଜିତ ଫୁଡ୍ ଫେଷ୍ଟିଭାଲରେ , ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ଗାୟକ ମଣ୍ଟୁ ଛୁରିଆ ।

ଭୁବନେଶ୍ବରର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ପ୍ରତ୍ୟୁଷ ମିଶ୍ର, ତାଙ୍କ ହଷ୍ଟଲିନ କଲାକାର ଗ୍ରୁପ ସହିତ କଣ୍ଠର ଯାଦୁକରୀ ସ୍ଵରରେ ଦର୍ଶକମାନଙ୍କୁ ବାନ୍ଧି ରଖିପାରିଥିଲେ । ପ୍ରତ୍ୟୁଷଙ୍କୁ ସଂଗୀତରେ ଯନ୍ତ୍ରାଂଶ ରେ ସହଯୋଗ କରିଥିଲେ, କାହ୍ନୁ ଏବଂ ସୁନୀଲ । ଏବଂ ଉପସ୍ଥିତ ଦର୍ଶକମାନଙ୍କ, ଅନୁରୋଧ ରକ୍ଷାକରି ଗୋଟିଏ ପରେ ଗୋଟିଏ, ମନ ପସନ୍ଦର ହିଟ୍ ସଙ୍ଗୀତ ଭେଟି ଦେଇଥିଲେ । ଆହୁରି ଅନେକ ସଙ୍ଗୀତ ଗ୍ରୁପ୍ ମଧ୍ୟ, ଏହି ସନ୍ଧ୍ୟାରେ ସେମାନଙ୍କ ସଙ୍ଗୀତ ପରିବେଷଣ କରିଥିଲେ ।

Popular Articles