Friday, March 29, 2024

Top 5 This Week

Related Posts

୩ ଲୁଟେରାଙ୍କୁ ବାନ୍ଧିଲା ମଞ୍ଚେଶ୍ବର ପୋଲିସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୧/୦୭) : ରାଜଧାନୀରେ କଳା ପଲସର ଆତଙ୍କ । ୩ ଲୁଟେରାଙ୍କୁ ବାନ୍ଧିଲା ମଞ୍ଚେଶ୍ବର ପୋଲିସ । ଲୁଟେରାଙ୍କ ଟାର୍ଗେଟରେ ଥିଲେ ମର୍ଣିଂ ୱାକ୍ କରୁଥିବା ଲୋକେ ।

ବେକରୁ ସୁନା ଚେନ ଝାମ୍ପି ଫେରାର ହେଇଯାଉଥିଲେ ଲୁଟେରା । ଗତ ୨୬ ତାରିଖରେ ଏକ ଷ୍ଟେଟ ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ଓ ୨୭ ତାରିଖରେ ରସୁଲଗଡ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ସୁନା ଚେନ ଲୁଟି ଚମ୍ପଟ ମାରିଥିଲେ । ଲୁଟେରାଙ୍କ ପାଖରୁ ସୁନା ଚେନ୍ ଓ ଲୁଟରେ ବ୍ୟବହୃତ ହୋଇଥିବା ବାଇକକୁ ଜବତ କରିଛି ପୋଲିସ । ସେମାନେ ସହିଦନଗର ଅଞ୍ଚଳରେ ରହି କ୍ରାଇମ ସିଣ୍ଡିକେଟ କରୁଥିଲେ । ୩ ଅଭିଯୁକ୍ତଙ୍କ ନାମ ଶେଖ ସୋନୁ, ପିଣ୍ଟନ କୁମାର ଦଳାଇ, ସାଜଦ ଖାନ । ୩ ଜଣଙ୍କ ନାମ ରେ ରହିଛି ଏକାଧିକ ମାମଲା। ସମସ୍ତଙ୍କୁ ତଡିପାର କରାଯିବ ନେଇ ସୂଚନା ଦେଲେ ଏସିପି ।

Popular Articles