Friday, August 14, 2020
Home Business & Private ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ,ସଭାପତି ହେଲେ ଡ଼ଃ ଅର୍ଚ୍ଚନା ପଟ୍ଟନାୟକ

ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ,ସଭାପତି ହେଲେ ଡ଼ଃ ଅର୍ଚ୍ଚନା ପଟ୍ଟନାୟକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୯/୦୭): ଗତ ୦୭ :୦୭ :୨୦ ତାରିଖ ଦିନ ରାୟଗଡା ପୌରପାଳିକା ସ୍ଥିତ ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଯାଇଛି l ଚଳନ୍ତା ମହା ଶଙ୍କଟ କରୋନାର ସଂକ୍ରମଣ ଭୟାଭୟତାକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଅନ୍ ଲାଇନରେ ହୋଇଥିଲା l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାୟଗଡା ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇଥିବା ବେଳେ ରାୟଗଡା ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଡ଼ଃ ପ୍ରସନ୍ନ କୁମାର ଗନ୍ତାୟତ ଏହାର ସଭାପତିତ୍ୱ କରିଥିଲେ l ଶ୍ରୀଯୁକ୍ତ ମହାନ୍ତି କାର୍ଯ୍ୟକ୍ରମଟିର ସମ୍ପୂର୍ଣ ବିବରଣୀ ପ୍ରଦାନ କରିଥିଲେ। ଏହି ଚୟନ ପ୍ରକ୍ରିୟାରେ ନାଗାଵଳି ଲାୟନସ କ୍ଳବର ନୂତନ ସଭାପତି ଭାବେ ଡ଼ଃ ଅର୍ଚ୍ଚନା ପଟ୍ଟନାୟକ ଚୟନ ହୋଇଥିବା ବେଳେ, ଉପସଭାପତି ଭାବେ ଅଜିତ ପାଣିଗ୍ରାହୀ, ଶିଳ୍ପା ଗନ୍ତାୟତ, କେ.ପି ସାହାଣୀ ନିର୍ବାଚିତ ହୋଇଥିଲେ l ବ୍ରାହ୍ମଣ ମହିଳା ସମାଜର ସଭାପତି ଶ୍ରୀମତୀ ଶୁଭ୍ରା ପଣ୍ଡା ଏହି କ୍ଲବର ସମ୍ପାଦିକା ଭାବେ ଚୟନ ହୋଇଥିବା ବେଳେ ଶ୍ରୀ ରବି ଶତପଥି କୋଷାଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ l ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ଶ୍ରୀଯୁକ୍ତ ରାଜେଶ ପାଢ଼ୀ ଓ ଶ୍ରୀମତୀ ରୁବିରାଣୀ କୁଣ୍ଡୁ ନୂତନ ସଦସ୍ୟ ଭାବେ ଶପଥ ପାଠ କରାଇବା ସହିତ ସ୍ୱାଗତ କରିଥିଲେ l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: