Thursday, March 28, 2024

Top 5 This Week

Related Posts

ଚାଷ କାର୍ଯ୍ୟ ବେଳେ ଓଲଟିପଡିଲା ଟ୍ରାକ୍ଟର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୩୧/୦୭) : ଗଞ୍ଜାମ ତାରସିଙ୍ଗ ଥାନା ନୂଆଁ ଟାଙ୍ଗଣ ଗାଁ’ରେ ଜଣେ ଚାଷୀ ଜମିରେ ନିଜ ଟ୍ରାକ୍ଟର ନେଇ ଧାନ ଚାଷ ପାଇଁ ଜମି କାଦ କରୁଥିବା ସମୟରେ କୌଣସି କାରଣରୁ ଟ୍ରାକ୍ଟର ଟି ଓଲଟି ଯାଇଥିଲା ଓ ଡ୍ରାଇଭର ଚାଷୀ ଜଣକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ ।

ଖବର ପାଇ ଭଞ୍ଜନଗର ଅଗ୍ନିଶମ ବିଭାଗ ପହଞ୍ଚି ହିଟାଚି ମେସିନ ସାହାଯ୍ୟରେ ଟ୍ରାକ୍ଟର କୁ ଉଠାଇ ଚାଷୀ ଧୋବା ସାହୁଙ୍କୁ ଉଧାର କରିଥିଲେ ହେଲେ ସେତେ ବେଳକୁ ଧୋବାଙ୍କ ପ୍ରାଣ ଚାଲି ଯାଇଥିଲା । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବର୍ଷା ନଥିବା କାରଣରୁ ଚାଷ କାର୍ଯ୍ୟ ହୋଇପାରିନଥିଲା ଜମିରେ ଜଳ ଶୁଖିଯିବ ଚିନ୍ତା କରି ରାତିରେ ତର ବରିଆ ଭାବେ ଚାଷ କାର୍ଯ୍ୟ କରୁଥିବା ବେଳେ ଏଭଳି ଘଟଣା ଘଟିଲା ବୋଲି ଆଲୋଚନା ହୋଇଛି ।

Popular Articles