ଅବକାରୀ ବିଭାଗ ପକ୍ଷରୁ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ

0
60

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୩୧/୦୭) : କାନପୁର ଥାନା ପାଇକବାରବାଟୀ ନିକଟରୁ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗାଡି ଜବତ ସହ ଦୁଇ ଗିରଫ ।

ସୀଧାମୂଳା ବ୍ରିଜ ଦେଇ ପ୍ରତ୍ୟେକ ଦିନ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଜି ପାଇକବାରବାଟି ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ସ୍କର୍ପିଓ ଗାଡି ଜବତ ହୋଇଛି । ପାଖାପାଖି ୩ କ୍ବିଣ୍ଟାଲ ଗଞ୍ଜେଇ ଓଜନ ହେବ ବୋଲି ଅନୁମାନ କରୁଛି ଅବକାରୀ ବିଭାଗ । ଏଥିସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଗାଡିଟି ଗଂଜେଇ ନେଇ କେଉଁ ଅଞ୍ଚଳକୁ ଯାଉଥିଲା ସେ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି । ଗାଡି ଓ ଦୁଇ ଜଣ ଯୁବକ କାନପୁର ଥାନା ରେ ଅଟକ ରହିଛନ୍ତି ।