Friday, August 14, 2020
Home Corona Lockdown କୋଦଳାରେ ସଟଡାଉନର ପ୍ରଭାବ-ଖାଁ ଖାଁ ରାସ୍ତାଘାଟ

କୋଦଳାରେ ସଟଡାଉନର ପ୍ରଭାବ-ଖାଁ ଖାଁ ରାସ୍ତାଘାଟ

ରିପୋର୍ଟ: ରାକେଶ ମହାରଣା //
କୋଦଳା (୦୯/୦୭): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି।ଏଣୁ ଏହି କରୋନା ଚେନ୍ କୁ ରୋକ ଦେବା ପାଇଁ ବା ଆଗକୁ ଯେଭଳି ଗୋଷ୍ଠୀ ସଂକ୍ରମଣ ନହୁଏ ତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଭିନ୍ନ ନୀତି ଆପଣାଉଛନ୍ତି।

ଏଥିସହ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଘର ବୁଲି ହେଲଥ ସ୍କ୍ରିନିଂ କରାଯିବା ସହ ଆଣ୍ଟିଜେନ ପରୀକ୍ଷା କରିବା ପାଇଁ ସମସ୍ତ ସହରାଞ୍ଚଳ ସହ ଏନଏସି ଓ ବ୍ଲକ ହେଡକ୍ବାର୍ଟର ଗୁଡିକୁ ଜୁଲାଇ ୯ ରୁ ୧୩ ତାରିଖ ଯାଏଁ ସଟଡାଉନ ପାଇଁ ଜିଲ୍ଲାପାଳ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି। ଏହାର ପ୍ରଭାବ କୋଦଳା ଏନଏସି ଓ ବେଗୁନିଆପଡା ବ୍ଳକରେ ମଧ୍ୟ ଦେଖିବାକୁ ମିଳିଛି। କେହି ଯେମିତି ଏହି ପାଞ୍ଚ ଦିନ ଘରୁ ନ ବାହାରିବା ସହ ଅଯଥା ରାସ୍ତାରେ ନ ବୁଲିବେ ସେଥିପାଇଁ କୋଦଳା ଥାନା ଆଇଆଇସି ଦେବାଶିଷ ମହାନ୍ତିଙ୍କ ତରଫରୁ ପ୍ରତେକ ଛକ ମାନଙ୍କରେ ଦୁଇରୁ ତିନି ଜଣ ପୋଲିସ କର୍ମଚାରୀ ଚାରୀଙ୍କୁ ନିୟୋଜିତ କରି ବ୍ୟାରିକେଟ ବନ୍ଧାଯାଇ ଗାଡି ଗୁଡ଼ିକୁ ଚେକିଂ କରାଯାଉଛି। କେବଳ ଅତ୍ୟାଵଶ୍ୟକୀୟ ଓ ଜରୁରୀକାଳୀନ ଗାଡି ମାନଙ୍କୁ ଛଡାଯାଉଛି। ଏତତ ବ୍ୟତୀତ ପ୍ରଥମ ଦିନରେ ସମସ୍ତ ଦୋକାନ ବନ୍ଦ ରହିବା ସହ କୋଦଳା ଏରିଆ ଖାଁ ଖାଁ ଦେଖାଯାଉଥିଲା। କେତେଜଣ ଅମାନିଆ ବିନା ମାସ୍କ ଓ ବିନା କାର୍ଯ୍ୟରେ ଗାଡି ଧରି ଘରୁ ବାହାରିବା ପାଇଁ ସେମାନଙ୍କୁ ଫାଇନ ପଡିବା ସହ ତାଗିଦ କରାଯାଇଥିଲା।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: