ବିଜୁ ଯୁବ ଜନତା ଦଳ ସଭାପତି ମାନଙ୍କ ନାମ ଘୋଷଣା

0
77

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୩୦/୭) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଯୁବ ଜନତା ଦଳ ସଭାପତି ପ୍ରଣବ କୁମାର ସାହୁ ଗତକାଲି ବୋରିଗୁମ୍ମା ବ୍ଳକର ବିଜୁ ଯୁବ ଜନତା ଦଳର ପ୍ରତି ପଞ୍ଚାୟତର ସଭାପତି ମାନଙ୍କ ନାମ ଘୋଷଣା କରିଛନ୍ତି ।

ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଦଳ ଏପରି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି । ଆଉଁଳି ପଞ୍ଚାୟତର ସଭାପତି ଭାବେ ଆଞ୍ଜେଲ ଟାକ୍ରୀଙ୍କୁ ମନୋନୀତ କରାଯାଇଥିବା ବେଳେ ଅଞ୍ଚଳାରୁ ଡମ୍ବରୁ ଗାଦବା, ବୋଡ଼ିଗାଁରୁ ସୁଶାନ୍ତ କୁମାର ନାଗ, ବି.ସିଂହପୁର ରୁ ଶ୍ରୀକାନ୍ତ କୁମାର ଷଡ଼ଙ୍ଗୀ, ବେଣାସୁର ପଞ୍ଚାୟତ ରୁ ପ୍ରଶାନ୍ତ ନାୟକ, ବିଜାପୁର ରୁ ଭାଗିରଥି ମୁଦୁଲି, ବାଣ୍ଡିଗୁଡାରୁ ପୂର୍ଣ୍ଣ ହରିଜନ, ବୋରିଗୁମ୍ମା ରୁ କାହ୍ନୁଚରଣ ପାଣିଗ୍ରାହୀ, ବେଣାଗାଁ ରୁ ଜଗନ୍ନାଥ ପେଣ୍ଠିଆ,ଚମ୍ପାପଦରରୁ ନବୀନ ପାଇକ,ହରଡାଗୁଡା ରୁ ଘାସି ଗୌଡ଼,ଡେଙ୍ଗପଦର ରୁ ତୁଳାରାମ ମାଳି ଗୁଜୁନିଗୁଡ଼ା ରୁ ମୋହନ କୁମାର ମହାନ୍ତି,ଗୁମୁଡ଼ାରୁ ନାରାୟଣ ନାୟକ, ହର୍ଦ୍ଦୋଳୀରୁ ବୃନ୍ଦାବନ ଜାନୀ, ଜୁଝାରୀରୁ ଦୂର୍ଯ୍ୟୋଧନ କୁମ୍ଭାର, କାଠରଗଡା ରୁ ଅଭିମନ୍ୟୁ ଭତ୍ରା, କାମରାରୁ ଶଙ୍କର ବିଷୋୟୀ, କାମତାରୁ ରାଜେଶ ତ୍ରିପାଠୀ, କୁମୁଲିରୁ ଚନ୍ଦନ ଷଡ଼ଙ୍ଗୀ,କଣାଗାଁ ରୁ ପୂର୍ଣ୍ଣ ଭୁମିଆ, ମାଳଦାରୁ ସୁବାସ ପାଇ କ ମୁଞ୍ଜା ରୁ ଫାଲ୍‌ଗୁନି ହରିଜନ, ନୂଆଗାଁ ରୁ ଗୋପାଳ ଗୌଡ଼, ନାରିଗାଁ ରୁ ଖଗପତି ଅମନାତ୍ୟ, ପଣ୍ଡସଗୁଡା ରୁ ହରି ହରିଜନ,ରଣସପୁର ରୁ ଲମ୍ବୋଦର ନାୟକ, ସାନ ପରିଆରୁ ସୁକମନ ଭତ୍ରା, ସର୍ଗିଗୁଡ଼ା ରୁ ପଦଲାମ ନାୟକ, ସେମେଳାଗୁଡ଼ା ରୁ ରଞ୍ଜିତ ନାୟକ ତଥା ଶଶାହାଣ୍ଡି ପଞ୍ଚାୟତର ବିଜୁ ଯୁବ ଜନତା ଦଳ ର ସଭାପତି ଭାବରେ ତ୍ରିପତି ବିଶୋୟୀଙ୍କୁ ମନୋନୀତ କରାଯାଇଥିବା ଜଣା ପଡିଛି । ବିଜୁ ଯୁବ ଜନତା ଦଳର ବୋରିଗୁମ୍ମା ବ୍ଲକ ସଭାପତି ପ୍ରଣବ ସାହୁ ସମସ୍ତ ପଞ୍ଚାୟତ ସଭାପତିମାନଙ୍କୁ ଅଭିନନନ ଜ୍ଞାପନ କରିଛନ୍ତି ।