Saturday, August 8, 2020
Home Accidental Death ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା ବୟସ ୧୮ ନାଗାବଳୀ ନଦୀରେ ପଡି ମୃତ୍ୟୁ ସୋଇଥିଲା ତାହାକୁ ପୁଲିସ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ ସକାଳ ୬ ଘଣ୍ଟା ସମୟରେ ସଞ୍ଜୁକ୍ତା ପ୍ରାସ୍କା ନିକଟସ୍ଥ ନାଗାବଳୀ ନଦୀ କୁ ଗାଧେଇବା ପାଇଁ ଯାଇଥିଲେ ସେତେବେଳେ ନଦୀରେ କିଏ ନଥିବାରୁ ସଞ୍ଜୁକ୍ତା ର ମୃତ୍ୟୁ ହୋଇଥିଲା ବୁଡ଼ାଗୁଡା ଗାଁ ର କିଛି ମହିଳା ସେହି ଗାଧୁଆ ତୁଟକୁ ଗାଧୋଇବା ପାଇଁ ଯାଇଥିଲେ ସେଠାରେ ସଞ୍ଜୁକ୍ତା ମୃତ୍ୟୁ ହୋଇ ପଡିଥିବାର ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ ଉକ୍ତ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ମୃତ ଶରୀର କୁ ଉଦ୍ଧାର କରିଥିଲେ। ଏହାକୁ ନେଇ ସ୍ଥାନୀୟ ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ଏହି ଲିଖିତ ଅଭିଯୋଗ ପତ୍ର କୁ ନେଇ ଏସ ଆଇ ବିମଳ କଅଁର ଏକ ଦଳକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ବିଷୟରେ ଅନୁଧ୍ୟାନ କରି ଶବ ଜବତ କରିବା ପରେ ବ୍ୟବଚ୍ଛେଦ କରି ପରିବାର ଙ୍କୁ ହସ୍ତାନ୍ତର କରିଥିଲେ ।

ଏହାକୁ ଅପମୃତ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଳାଇଛନ୍ତି ଉକ୍ତ ଖବର ପାଇ ସ୍ଥାନୀୟ ତହସିଲଦାର ଦେବାଶିଷ କର ଘଟଣା ସ୍ଥଳରେ ପହଞ୍ଚି ଫିଟସ ବାହାରି ନଦୀରେ ପଡ଼ି ମୃତ୍ୟୁ ହୋଇଥିବାରୁ ସଞ୍ଜୁକ୍ତା ର ପରିବାର ଙ୍କୁ ଓଡ଼ିଶା ସରକାର ଙ୍କ ତରଫରୁ ଏସ ଡ଼ି ଆର ଏସ ଫଣ୍ଡ ରୁ ୪ ଲକ୍ଷ ଟଙ୍କା ଦିଆଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: