Thursday, March 28, 2024

Top 5 This Week

Related Posts

1. Big News : ଝାରପଡା ପହଞ୍ଚି ଜିଲ୍ଲା ଶ୍ରମ ଅଧିକାରୀ ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକଙ୍କ ଗୁହାରି ଶୁଣିଲେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୭) : ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଜିଲ୍ଲାର ବିନିକା ବ୍ଲକ ସେଲେଡି ପଞ୍ଚାୟତ ର ଝାରପଡା କୁ ପହଞ୍ଚିଥିଲେ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା l

ଝାରପଡା ପହଞ୍ଚି ଜିଲ୍ଲା ଶ୍ରମ ଅଧିକାରୀ ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକଙ୍କ ଗୁହାରି ଶୁଣିଲେ : ବସ୍ତି ଲୋକ ଙ୍କ ସବୁ ସମସ୍ୟା ଗୁହାରି ଶୁଣିଲେ l ଦୁଇଟି ଛୁଆ କୁ ଛାଡି ବାହାର ରାଜ୍ୟ କୁ ଦାଦନ ଖଟି ଯାଇ ନିର୍ଦ୍ଦିଷ୍ଟ କମ୍ପାନୀ ମାଲିକ ପାଖରେ ବନ୍ଧା ପଡିଥିବା ଏହି ବସ୍ତି ର ଦୁଇ ଜଣ ସ୍ୱାମୀ ସ୍ତ୍ରୀ ରାଜୁ ଝରା ଓ ସୁରୁବାଲି ଝରା କୁ ଉଦ୍ଧାର କରିବା, ସମସ୍ତ ଶ୍ରମିକ ଙ୍କ ବାକିଆ ପାଉଣା ବ୍ୟବସ୍ଥା, ଦିନ ମଜୁରିଆ ଓ ନିର୍ମାଣ କାର୍ଯ୍ୟ ରେ ଥିବା ସମସ୍ତ ଶ୍ରମିକ କୁ ପଞ୍ଜି କରଣ କରାଇ ସମସ୍ତ ସରକାରୀ ସୁବିଧା ଯୋଗାଇଦେବା ।

ଦୀର୍ଘ ବର୍ଷ ରୁ ଦଲାଲ ସାଜି ଏହି ବସ୍ତିର ଲୋକଙ୍କୁ ମିଛ ଆର୍ଥିକ ପ୍ରଲୋଭନ ଦେଖାଇ ବାହାର ରାଜ୍ୟର ମାଲିକ ମାନଙ୍କଠାରୁ ମୋଟାଅଙ୍କ ନିଜେରଖି ଶ୍ରମିକ ମାନଙ୍କୁ ପଠାଇଦେଇ ସେମାନଙ୍କୁ ଶୋଷଣ ଓ ଅତ୍ୟାଚାର କରି ମାଡ଼ ମାରିଥିବା ସମ୍ପୃକ୍ତ ବ୍ୟକ୍ତି ଓ ଦଲାଲ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଖାଖା ପ୍ରତିଶୁତି ଦେଇଛନ୍ତି । ଏବେ ଦେଖିବାକୁ ବାକିରହିଲା କେତେ ଶିଘ୍ର ରେସ୍କ୍ୟୁ ଟିମ ଯାଇ ବାହାର ରାଜ୍ୟରେ ବନ୍ଧା ପଡିଥିବା ରାଜୁ ଓ ସୁରୁବାଲିକୁ ଉଦ୍ଧାର କରି ଆଣୁଛି ।

Popular Articles