Thursday, March 28, 2024

Top 5 This Week

Related Posts

1. Big News : ଗୋଟିଏ ନାରୀର ସଂଘର୍ଷ ଓ ସଫଳତା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୭) : ଗୋଟିଏ ନାରୀର ସଂଘର୍ଷ ଓ ସଫଳତା । ନାରୀ ବି ମଣିଷ, ପୁରୁଷ ଭଳି ତାର ବି ମାନବାଧିକାର ରହିଛି । ଏଇ ସାଧାରଣ କଥାଟିକୁ କିନ୍ତୁ ଏ ଯାଏଁ ରକ୍ଷଣଶୀଳ ସମାଜ ବୁଝି ପାରିନାହିଁ ।

ଗୋଟିଏ ନାରୀର ସଂଘର୍ଷ ଓ ସଫଳତା : ତେଣୁ ଆଜି ମଧ୍ୟ ନାରୀ ମାନଙ୍କୁ ବହୁ କ୍ଷେତ୍ରରେ ବିଭିନ୍ନ କଟକଣା ଓ ବାଧା ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡୁଛି । ଗୋଟିଏ ନାରୀକୁ ସଂଘର୍ଷ କରିବାକୁ ହେଉଛି ବିକାଶର ପଥରେ ଆଗକୁ ଯିବା ପାଇଁ । ନିଜ ଅଧିକାରକୁ ଅକ୍ଷୁର୍ଣ ରଖିବା ସକାଶେ ,ଏମ୍ . କିରଣ୍ମୟୀଙ୍କ ଜୀବନ ଏଭଳି ସଂଘର୍ଷରେ ଭରା । ସମାଜରେ ସ୍ୱାବଲମ୍ବୀ ହୋଇ ସମ୍ମାନର ସହ ବଞ୍ଚିବା ବା ପାଇଁ ସେ କୈଶୋରରୁ ଲଢେଇ କରି ଆସିଛନ୍ତି ଓ ଏବେ ବି କରୁଛନ୍ତି । କାଶୀନଗର ବ୍ଲକ୍ ଗୋରୀବନ୍ଧା ପଞ୍ଚାୟତ ଅନ୍ତର୍ଗତ ରାଜପୁର ଗ୍ରାମରେ ସମ୍ପ୍ରତି ବସବାସ କରନ୍ତି ଏହି ମହିଳା ଜଣକ ।

ଗୋଟିଏ ନାରୀର ଦୁଃଖଦ ତାଙ୍କ ଜୀବନ କାହାଣୀରୁ ଜଣାପଡେ ଯେ, ବିବାହ ପରେ ଦିନେ ଏକ ଦୁର୍ଘଟଣାରେ ତାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିଲା । ପ୍ରାୟ ଲୋପ ପାଇଥିଲା ସେ ବଞ୍ଚି ରହିବାର ସମ୍ଭାବନା । ତେବେ ଦୀର୍ଘ ଦିନର ଚିକିତ୍ସା ପରେ ସେ ଚଳନକ୍ଷମ ହୋଇ ପାରିଥିଲେ । ଏହା ସୌଭାଗ୍ୟର କଥା ବୋଲି ଭାବିଲା ବେଳକୁ ତାଙ୍କୁ କିନ୍ତୁ ଅପେକ୍ଷା କରି ରହିଥିଲା ପରିବାର ଓ ଆତ୍ମୀୟ ସ୍ୱଜନ ତାଙ୍କ ଠାରୁ ଦୂରେଇ ଯିବାର ଦୁର୍ଭାଗ୍ୟ । ସ୍ୱାମୀ ଓ ପରିବାରର ଅନ୍ୟମାନେ ତାଙ୍କ ସହ ଆଉ ନରହିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ହଠାତ ଖୁବ୍ ଏକାକିନୀ ହୋଇ ଯାଇଥିଲେ କିରଣ୍ମୟୀ । ପିତା ମାତାଙ୍କ ନିକଟକୁ ଫେରିଯିବା ଛଡା ଅନ୍ୟ କିଛି ଉପାୟ ନଥିଲା ତାଙ୍କ ନିକଟରେ । ଶାରୀରିକ ଓ ମାନସିକ ଯନ୍ତ୍ରଣାରେ ସଢ଼ିବା ଭିତରେ ଦିନେ ସେ ଆଉ କାହା ଉପରେ ବୋଝ ନହୋଇ ଅଲଗା ନିଜ ଭାଗ୍ୟକୁ ଆଦରି ରହିବାର ନିଷ୍ପତ୍ତି ନେଇଥିଲେ ଓ ରହିଥିଲେ ବି ୨୦୧୭ ମସିହାର ଦିନେ ଅକସ୍ମାତ ସେ ସ୍ଥାନୀୟ ଅଙ୍ଗନାବାଡ଼ି ୱାର୍କରଙ୍କ ଠାରୁ ସ୍ୱୟଂ ସହାୟକ ଗୋଷ୍ଠୀ ବିଷୟରେ ଜାଣିବାକୁ ପାଇଥିଲେ । ନିରାଶାର ଅନ୍ଧାର ହଟାଇ ଏହା ତାଙ୍କ ପାଇଁ ଅଶାର କିରଣ ଆଣି ଦେଇଥିଲା ।

ଗ୍ରାମର ଅନ୍ୟ ୯ ଜଣ ମହିଳାଙ୍କୁ ସାଙ୍ଗରେ ନେଇ ସେ ଗଢ଼ିଥିଲେ ଏକ ଏସ୍ଏଚଜି ଗ୍ରୁପ । ୬ ବର୍ଷର ସାଧନା ପରେ ତାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ବର୍ତ୍ତମାନ Small and Micro Entrepreneurs [ S….] ମାନ୍ୟତା ପାଇଛି । ବ୍ଲକ୍ ସ୍ତରୀୟ ଫେଡେରେସନ [ ବି ଏଲ ଏଫ ] ସଭାନେତ୍ରୀ ଭାବେ ସେ ବି ନିର୍ବାଚିତ ହୋଇଛନ୍ତି ।

ତାଙ୍କ ଗ୍ରୁପ ପକ୍ଷରୁ ବର୍ତ୍ତମାନ ଫଳ ଚାଷ, ଛତୁ ଉତ୍ପାଦନ, କମ୍ପୋଷ୍ଟ ପ୍ରସ୍ତୁତି, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଣଭଳି ବହୁ କାର୍ଯ୍ୟ କରା ଯାଉଛି । ସମ୍ପୃକ୍ତ ସମସ୍ତଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଗ୍ରୁପ୍ ଟି ବର୍ତ୍ତମାନ ସମର୍ଥ ହୋଇ ପାରିଛି ରାଜ୍ୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ । କିରଣ୍ମୟୀ ବର୍ତ୍ତମାନ ଅନ୍ୟମାନଙ୍କ ସକାଶେ ଏକ ଉଦାହରଣ । ପ୍ରତିକୂଳ ପରିସ୍ଥିତିରେ ହାର ନମାନି ସେ ସ୍ଵପ୍ନ ଦେଖିଛନ୍ତି, ଓ ସେ ସ୍ୱପ୍ନକୁ ବାସ୍ତବ ରୂପ ଦେବା ଲାଗି ସଂଘର୍ଷ କରି ଯେପରି ସଫଳତା ପାଇଛନ୍ତି, ତାର ଦୃଷ୍ଟାନ୍ତ ଅଲଭ୍ୟ ନହେଲେ ବି ସହଜଲଭ୍ୟ ନୁହେ l

Popular Articles