ବିଭିନ୍ନ ସମସ୍ୟା ନେଇ ଅଗ୍ରଣୀ ସ୍ବେଚ୍ଛସେବୀ ଅନୁଷ୍ଠାନ ତରଫରୁ ଦାବୀପତ୍ର ପ୍ରଦାନ

0
65

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୭) : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହର ଏକ ପ୍ରମୁଖ ସହର । ବିନିକା ଅଞ୍ଚଳରେ ବିଗତ କିଛି ବର୍ଷ ମଧ୍ୟରେ ବହୁ ଅପରାଧ, ହତ୍ୟା, ଚୋରୀ, ଡ଼କାୟତି ବୃଦ୍ଧି ପାଇବାରେ ଲାଗିଛି ।WhatsApp Image 2023 07 29 at 22.10.00 ବିଭିନ୍ନ ସମସ୍ୟା ନେଇ ଅଗ୍ରଣୀ ସ୍ବେଚ୍ଛସେବୀ ଅନୁଷ୍ଠାନ ତରଫରୁ ଦାବୀପତ୍ର ପ୍ରଦାନ

କିନ୍ତୁ ପୁଲିସ ପାଖରେ ଚାରି ଚକିଆ ପେଟ୍ରୋଲିଂ ଗାଡି ଏବଂ ଆବଶ୍ୟକ ପୁଲିସ କର୍ମଚାରୀ ଅଭାବ ଅଛି । ଯଦି ଆଉ ଗୋଟିଏ ଚାରିଚକିଆ ବାହନ ଏବଂ ପର୍ଯ୍ୟାପ୍ତ ପୁଲିସ କର୍ମଚାରୀ ଦିଆଗଲେ କିଛି ମାତ୍ରାରେ ପେଟ୍ରୋଲିଂ ପାଇଁ ସୁବିଧା ସହ ଟ୍ରାଫିକ ଓ ଅପରାଧ ନିୟନ୍ତ୍ରଣ କରାଯାଇପାରନ୍ତା ବୋଲି ସ୍ବେଛାସେବୀ ଉଲ୍ଲେଖ କରିଛନ୍ତି l ବିନିକା ଏକ ବ୍ୟବସାୟ, ପର୍ଯ୍ୟଟନ ତଥା ରାୟପୁର ବରଗଡ଼ ଠାରୁ ଭୁବନେଶ୍ଵର, ବ୍ରହ୍ମପୁର ଓ ଛତିଗଡ଼ରୁ ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଦୈନନ୍ଦିନ ହଜାର ହଜାର ଗାଡ଼ି ଯାତାୟତ କରୁଥିବାରୁ ସହର ର ଟ୍ରାଫିକ୍ ସମସ୍ୟା ଓ ପର୍ଯ୍ୟଟକ ଙ୍କ ସୁରକ୍ଷା ସମସ୍ୟା ବୃଦ୍ଧି ପାଇଛି ।

ସହରରେ କିଛି ଛକରେ ଟ୍ରାଫିକ୍ ପୋଷ୍ଟ ମଧ୍ୟ ନିର୍ମାଣ ହୋଇଛି, ହେଲେ ପରିତାପର ବିଷୟ ଏହିକି ଯେ ଏହି ଟ୍ରାଫିକ୍ ପୋଷ୍ଟ ମାନଙ୍କରେ ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ ପାଇଁ କୌଣସି ତାଲିମ ପ୍ରାପ୍ତ ଟ୍ରାଫିକ୍ ପୁଲିସ ନାହାନ୍ତି । ତେଣୁ ଟ୍ରାଫିକ୍ ପୁଲିସ ମୃତୟନ କରାଗଲେ ଦୈନନ୍ଦିନ ଘଟୁଥିବା ଛୋଟ ବଡ଼ ଦୁର୍ଘଟଣା ସବୁ କୁ ରୋକା ଯାଇ ପାରନ୍ତା l ଏବଂ ବିନିକା ସହରରେ ଅନେକ ଗୁଡ଼ିଏ ବିଭିନ୍ନ ବିଭାଗର ସବ-ଡ଼ିଭିଜନାଲ ଅଫିସ ଥିବାରୁ ବିନିକାକୁ ପୁଲିସ ସବ୍-ଡ଼ିଭିଜନାଲ ଅଫିସ ଖୋଲିବାକୁ ଅନୁରୋଧ ରଖିଛନ୍ତି ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଟୁ ଅଦର୍ସ l ବିନିକା ଭାରପ୍ରାପ୍ତ ଥାନା ଅଧିକାରୀ ଙ୍କ ଜରିଆରେ ଏ ଅନୁଷ୍ଠାନ ପୁଲିସ ଡିଜି ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ଏଥିରେ ସୃଜନ କୁମାର ପଣ୍ଡା, ଧ୍ରୁବ ଚରଣ ଦେବତା, ଶେଷଦେବ ପାଣିଗ୍ରାହୀ , ଜନାର୍ଦନ ଖମାରୀ, ଦେବଦତ୍ତ ପଣ୍ଡା ପ୍ରମୁଖ ସାମିଲ ଥିଲେ।