Thursday, March 28, 2024

Top 5 This Week

Related Posts

ଦୁଇ ବସ୍‌ ଧକ୍କାରେ ଚାଲିଗଲା ୬ ଜୀବନ, ୨୫ ଗୁରୁତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୯/୦୭) : ଏକ ଟ୍ରକ୍‌କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରୁଥିବା ବେଳେ ଜାତୀୟ ରାଜପଥରେ ଧକ୍କା ହେଲା ୨ ବସ୍‌ । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ହୋଇଛନ୍ତି ।

ଏପରି ଏକ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାର ମାଲକାପୁର ସହରରେ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବସ୍‌ ତୀର୍ଥ ଯାତ୍ରୀଙ୍କୁ ଧରି ଅମରନାଥରୁ ହିଙ୍ଗୁଳି ଅଭିମୁଖେ ଯାଉଥିବା ବେଳେ ଅନ୍ୟ ବସ୍‌ଟି ନାସିକ ଅଭିମୁଖେ ଯାଉଥିଲା । ଏହି ସମୟରେ ନାସିକ ଯାଉଥିବା ଏକ ବସ୍‌ଟି ଜାତୀୟ ରାଜପଥରେ ଏକ ଟ୍ରକ୍‌କୁ ଓଭରଟେକ୍‌ କରିବା ଚେଷ୍ଟା କରୁଥିଲା । ଉକ୍ତ ସମୟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାରେ ଥିବା ଅନ୍ୟ ଏକ ବସ୍‌ ସହ ପିଟି ହୋଇ ଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ପୁଲିସ୍‌ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୃତଦେହକୁ ବସ୍‌ରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ପ୍ରାୟ ୨୫ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Popular Articles