Friday, March 29, 2024

Top 5 This Week

Related Posts

ଗୁରୁକୃପା ଆଶ୍ରମରେ ହତ୍ୟା, ଜଣେ ବାବା ଆଉ ଜଣେ ବାବାଙ୍କୁ କଲା ହତ୍ୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୯/୦୭) : ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟା । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ।

ସେହିପରି ଅନ୍ୟ ଜଣେ ବାବାଙ୍କ ମୁଣ୍ଡରେ ଇଟା ଛେଚି ତାଙ୍କୁ ଗୁରୁତର ଆହତ କରିଛନ୍ତି । ମୃତ ବାବା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଜୁନ ଦାସ । ସେହିପରି ଆହତ ହୋଇଥିବା ବାବାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତ ବାବା ଜଣକ ହେଉଛନ୍ତି ବିଷ୍ଣୁ ଓରଫ ରବୀନ୍ଦ୍ର ଜେନା । ତେବେ ଆଶ୍ରମରେ ରହୁଥିବା ଅନ୍ୟ ସାଧୁମାନଙ୍କ କହିବା ଅନୁସାରେ ଅଭିଯୁକ୍ତ ବିଷ୍ଣୁ ବାବା ଆଜି ଅପରାହ୍ନରେ ବାହାରୁ ନିଶା ଖାଇ ଆଶ୍ରମ ଆସିଥିଲେ । ପରେ ଆଶ୍ରମର ଉପର ମହଲାର କୋଠରୀରେ ଶୋଇଥିବା ଅର୍ଜୁନ ବାବାଙ୍କୁ କାଠ ଫାଳିଆରେ ହଠାତ୍ ତାଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅତି ନିର୍ମମ ଭାବେ କାଠ ଫାଳିଆରେ ବାରମ୍ବାର ମୁଣ୍ଡକୁ ଆକ୍ରମଣ କରିବାରୁ ଅର୍ଜୁନ ବାବାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ସହ ଏସପି, ଅତିରିକ୍ତ ଏସପି ଓ ସିଟି ଡିଏସପି ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛନ୍ତି ।

Popular Articles