Sunday, August 9, 2020
Home District News ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ ସରକାରୀ କର୍ମଚାରୀ ଙ୍କୁ ନେଇ ଆଦର୍ଶ ପଞ୍ଚାୟତର ବିକାଶ ପାଇଁ ବର୍ତ୍ତମାନ ସୁଦ୍ଧା କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରିଥିଲେ।

ସମୀକ୍ଷା ବୈଠକରେ ଆଲୋଚନା କରିବା ସହିତ ଆଦର୍ଶ ପଞ୍ଚାୟତର କିଛି ଗ୍ରାମ ଓ ସ୍କୁଲରେ ପିଇବା ପାଣି ନାହିଁ ,ଗାରିଡି ସ୍କୁଲରେ ୪୩୮ ପିଲା ତଦନୁଯାଇ ୨ଟି ଶ୍ରେଣୀ ଗୃହ ନାହିଁ ଓ ବାମଣ ଘୁରୁଷି ଗ୍ରାମରେ ବିଜୁଳି ପହଞ୍ଚି ନଥିବା ଓ କିଛି ଗ୍ରାମରେ ଅନେକ ବିପିଏଲ ହିତାଧିକାରୀଙ୍କ ଘରକୁ ବିଦ୍ୟୁତ ସଂଯୋଗ ହୋଇ ନ ଥିବା ,କୁମ୍ଭାରୀପୁଟ ପ୍ରାଥମିକ ସ୍ବାସ୍ତ୍ୟ କେନ୍ଦ୍ର ଠାରେ ୧୦୨ ଆମ୍ବୁଲାନ୍ସ ଗାଡି ଓ ଡାକ୍ତରି ଗୃହ ନିର୍ମାଣ କରିବା ,ଗରିବ ପରିବାର ,ପ୍ରସୂତୀ ଓ ଗର୍ଭବତୀ ମହିଳାମାନଙ୍କ ଘରେ ନିୟୁଟ୍ରି ଗାର୍ଡେନ କରିବା , ଓ ଡୁମ୍ଭା ଡ଼ଙ୍ଗର ଠାରେ ହୋଇଥିବା ଜିଓ ନେଟ ୱାର୍କ ଚାଲୁ କରିବା ଓ ଗାରିଡି ଠାରେ BSNL ନେଟ ୱାର୍କ ନୂତନ ଭାବେ ବସାଇବା ,ଡୁମାଡ଼ଙ୍ଗର ଗ୍ରାମର ହାଇ ସ୍କୁଲ ଘର ନାହିଁ ସ୍କୁଲ ଘର ତିଆରି କରିବା, ଗୋଟିଏ ଗାଁରେସୋଲାର ପ୍ଲେଟ ଲଗାଇ ସମସ୍ତ ପ୍ରକାର କାର୍ଯ୍ୟରେ ପାଣିର ସୁବିଧା ଯୋଗାଇବା , ଏହି ପଞ୍ଚାୟତର ଜମି ଚିହ୍ନଟ କରାଯାଇ ସେଠାରେ କ୍ଷୀର ଗାଈ ପାଳନ ,ମାଛ ଚାଷ ପାଇଁ ପୋଖରୀ, ଚାରା ତିଆରି କରି କିଛି ରୋଜଗାର ମିଳିବା ପାଇଁ ଏସ ଏଚ ଜି ଙ୍କୁ ହସ୍ତାନ୍ତର କରାଯିବ ,ମୋବାଇଲ ହେଲଥ କ୍ଲିନିକ ଇତ୍ୟାଦି ବିଷୟରେ ଆଲୋଚନା କରିବା ସହିତ ଯଥା ଶୀଘ୍ର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ,ଜିଲ୍ଲା ପଞ୍ଚାୟତ ଅଧିକାରୀ ସୁଦେଶ ପଟ୍ଟନାୟକ, ଗୋଷ୍ଟି ଉନ୍ନୟନ ଅଧିକାରୀ ରଜନୀକାନ୍ତ ଦାସ ,ତହସିଲଦାର ଶୋବଭୂଷଣ ଶବର, OLM ଅଧିକାରୀ ପାଣ୍ଡବ ମଲ୍ଲିକ, ସିଡିପିଓ ଜେମା ଟୋପ ଏଇ ରମାକାନ୍ତ ନାୟକ,ହୋର୍ସା ଟ୍ରଷ୍ଟ ମୁଖ୍ୟ ଦେବାଶିଷ ପତି, ପ୍ରବୀଣ ତ୍ରିପାଟି, ସୁଶାନ୍ତ , ଗାରିଡି ଶ୍ରୀ ମୋତି ,ଓ କଂଗ୍ରେସ ସଭାପତି ଡି ଏଙ୍କାଟି ,ସାଂସଦ ପ୍ରତିନିଧି ଲକ୍ଷଣ ଖୋସଲା, ଦିପୁନା ମହା ପାତ୍ର ଓ ପୁର୍ବତନ ବିଧାୟକ ପ୍ରତିନିଧି କାମେଶ୍ବର ରତ୍ନାଲୁ,ବନ୍ଧୁଗାଁ ଉପସ୍ଥିତ ରହିଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: