ଧାନ ବିଲରେ କାମ କରୁଥିବା ସମୟରେ ମହିଳା ଚାଷୀଙ୍କ ମୃତ୍ୟୁ

0
74

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୯/୦୭) : ଧାନ ବିଲରେ କାମ କରୁଥିବା ସମୟରେ ମହିଳା ଚାଷୀଙ୍କ ଅକସ୍ମାତ ମୃତ୍ୟୁ l ମୃତକ ଆନନ୍ଦପୁର ଥାନା ବାହିଆବାରଦଣ୍ଡା ଗାଁ ଲାଦୁ ହୋ ଆଜି ସକାଳୁ ନିଜ ଧାନ କ୍ଷେତରେ ତଳି ରୋଇବା କାମ କରୁଥିଲେ ।

ହଠାତ୍ ଅସୁସ୍ଥ ହୋଇ ଟଳିପଡିବାରୁ ସ୍ଥାନିୟ ଲୋକେ ପରିବାର ଲୋକଙ୍କୁ ଖବର କରିଥିଲେ । ୧୦୮ ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ପହଁଞ୍ଚାଇଥିଲେ ପରିବାର ଲୋକେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।