Friday, March 29, 2024

Top 5 This Week

Related Posts

ଉତ୍କଳ ସିନେ ଚାମ୍ୱର୍ସ ଅଫ କମର୍ସ ଚଳଚ୍ଚିତ୍ର ନିର୍ମାଣ ସଂଘ ର ପ୍ରେସ୍ ବିଜ୍ଞପ୍ତି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୯/୦୭) : ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଏକ ପବିତ୍ର ସୁନ୍ଦର ଶୃଙ୍ଖଳିତ ସଂଘ ଓ ଏକ ପରିବାରର ସଦୃଶ l ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲ ରେ ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଦ୍ୱାରା ଏକ ପ୍ରେସ୍ କନଫରେନ୍ସ ଅନୁଷ୍ଠିତ ହୋଇଥିଲା lWhatsApp Image 2023 07 28 at 18.50.01 1 ଉତ୍କଳ ସିନେ ଚାମ୍ୱର୍ସ ଅଫ କମର୍ସ ଚଳଚ୍ଚିତ୍ର ନିର୍ମାଣ ସଂଘ ର ପ୍ରେସ୍ ବିଜ୍ଞପ୍ତି

ଏହି କନଫରେନ୍ସ ରେ ପ୍ରାୟ ୧ ଶହ ରୁ ଉର୍ଦ୍ଧ୍ୱ ସିନେ ପ୍ରଯୋଜକ ଉପସ୍ଥିତ ଥିଲେ l ଏହି କନଫରେନ୍ସ ର ଉଦ୍ଦେଶ୍ୟ ଥିଲା କିଛି ସଦସ୍ୟ ନିଜର କିଛି ସ୍ବାର୍ଥ ପାଇଁ ସଂଘ କୁ ନ ପଚାରି, ଅନୁମତି ନ ନେଇ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ପାଖରେ କିଛି ଭୁଲ ତଥ୍ୟ ଦେଇ ସଂଘ କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ସଂଘ ସମସ୍ତ ଗଣମାଧ୍ୟମ କୁ ଅନୁରୋଧ କରେକି ପ୍ରମାଣ ନଥାଇ ସେଇ ଭଳି ବ୍ୟକ୍ତି ଙ୍କୁ ସହଯୋଗ କରନ୍ତୁ ନାହିଁ କି ପ୍ରମାଣ ବିହୀନ ଖବର ପରିବେଷଣ କରନ୍ତୁ ନାହିଁ । ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଏକ ପବିତ୍ର ଅନୁଷ୍ଠାନ ଓ ପରିବାର ମଧ୍ୟ। ସଂଘ ର ସମସ୍ତେ ଏକମନ ଏକପ୍ରାଣ ହୋଇ କାମ କରି ଆସୁଛନ୍ତି ।

କଳାପାହାଡ଼ର ଆକ୍ରମଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମସ୍ତେ ଆମେ ଜାଣିଛେ, ଆଉ ତାଙ୍କୁ ରକ୍ଷା କରିବାକୁ ଆମେ ସମସ୍ତେ କିଛି ବି କରିପାରିବା । ଠିକ୍ ସେମିତି ଆଜି ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଭଳି ଏକ ପବିତ୍ର ମନ୍ଦିର କୁ ଗୋଟେ କଳାପାହାଡ଼ ର ଆକ୍ରମଣ କୁ ଆମେ ଘୋର୍ ନିନ୍ଦା କରୁଛୁ । ଆପଣଙ୍କ ମାଧ୍ୟମରେ ଆମର ସମସ୍ତ ସଦସ୍ୟ ମାନଙ୍କୁ ଜଣେଇଦବାକୁ ଚାହୁଁଛୁ ଯେ କୌଣସି ପ୍ରକାରର ମିଥ୍ୟା ଓ ମନଗଢା କାହାଣୀ ଓ ବିଭ୍ରାନ୍ତି କର କଥାରେ ବିଶ୍ୱାସ ନ ରଖି ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ସହ ଯୋଗାଯୋଗ ରଖନ୍ତୁ । ଯାହା ବି ଅଭିଯୋଗ ଆସୁଛି ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ସମସ୍ତ ତଦନ୍ତ ରେ ସହଯୋଗ କରିଆସୁଛି । ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଭଳି ଏକ ପବିତ୍ର ମନ୍ଦିର କୁ ଆକ୍ରମଣ ନିନ୍ଦନୀୟ । ଆପଣ ମାନେ କଳଙ୍କିତ ଓ କଳୁଷିତ କଳାପାହାଡ଼ ଠାରୁ ଦୂରେଇ ରୁହନ୍ତୁ । ଆମର ପବିତ୍ର ୟୁ ସି ସି ସି ମନ୍ଦିର ର ସୁରକ୍ଷା ଆମେ ସମସ୍ତେ କରିବା ଓ ନବକଳେବର ର ରୂପ ନେଇ ଆଗକୁ ବଢିବା ।

କିଛି ସୂଚନା ସଂଘ ତରଫରୁ ;

୧- ୟୁ ସି ସି ସି ର ତିନୋଟି ବିଭାଗ ରୁ ପ୍ରଯୋଜକ ସଂଘ ଗୋଟିଏ ବିଭାଗ । ୨- ପ୍ରଯୋଜକ ସଂଘ ର ଆଜୀବନ ସଦସ୍ୟ ଚାନ୍ଦା ଟ ୫୦୦୦.୦୦ଙ୍କା ରୁ ଆରମ୍ଭ ହୋଇ ଆବଶ୍ୟକତା ଅନୁଯାୟୀ ଏବେ ଟ ୫୦୦୦୦.୦୦ଙ୍କା ନିଆ ଯାଉଛି (ଏକ ଥର ଦେବାକୁ ପଡ଼େ) ଏହା ଜେନେରାଲ ବଡି ରେ ଗ୍ରହଣ ହୋଇସାରିଛି । ୩ – ବାର୍ଷିକ ଡେଭଲପମେଣ୍ଟ ଫିସ୍ ଟ୫୦୦.୦୦ (ପ୍ରତି ବର୍ଷ ଦେବାକୁ ପଡ଼େ) ୪ – ଅଭିଯୋଗ ଅନୁଯାୟୀ ୩ କୋଟି ର ହେରଫେର ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢା କଥା । ଆମେ ଜାଣିବାକୁ ଚାହୁଁଛୁ କେମିତି କୋଉ ବାଟରେ ତିନି କୋଟି ସଂଘ ରୋଜଗାର କଲା ? ଏହା ଏକ ହାସ୍ୟାସ୍ପଦ କଥା , ଯାହା ଉଚ୍ଚ ନ୍ୟାୟାଳୟ ରେ ବିଚାରାଧିନ ଅଛି ଓ ସମସ୍ତ ଦସ୍ତାବୀଜ ଆମେ ନ୍ୟାୟାଳୟରେ ଦାଖଲ କରିଛୁ । ୫ – ରସିଦ ବହି ରେ କେବଳ ବାର୍ଷିକ ଚାନ୍ଦା ନଗଦ ଟଙ୍କା ଆକାର ରେ ଆଦାୟ କରାଯାଏ ।

୬ – ଯଦି କେହି ସଦସ୍ୟ କୋଟି କୋଟି ଟଙ୍କା ବେହେରା ବାବୁ ଙ୍କ ଖାତା ରେ ଜମା କରିଛନ୍ତି ପ୍ରମାଣ ସହ କୁହନ୍ତୁ । ୟୁସିସିସି ତୁରନ୍ତ ପଦକ୍ଷେପ ନେବ । ୭ – ସଂଘ ର ନିର୍ବାଚନ ପ୍ରତିବର୍ଷ କରାଯାଏ, ପ୍ରତିଦ୍ବନ୍ଦୀ କେହି ରୁହନ୍ତି ନାହିଁ ଯାହା ଫଳରେ ଆମେ ପୂର୍ବ ପଦପଦବୀ କୁ ଜାରି ରଖୁ । ୮ – ଏହି ବର୍ଷ ସଂଘ ର ନିର୍ବାଚନ ସବୁଦିଗକୁ ନଜର କରି ସବୁ ନିୟମ କୁ ପାଳନ କରି, ରାଜ୍ୟପୋଲିସ ଙ୍କ ସହାୟତା ରେ ସୁଚାରୁରୂପେ ସଂପୂର୍ଣ୍ଣ କରାଯାଇଛି । ସଙ୍ଘ ର ନିଷ୍ପତି ଅନୁଯାଇ ଯୋଉ ସଦସ୍ୟମାନେ ସଙ୍ଘ ବିରୁଦ୍ଧରେ ମିଥ୍ୟା ।

Popular Articles