ଦୁଇଦିନିଆ ବର୍ଷାରେ ଧୋଇଗଲା ବିଜୁସେତୁ ଆପ୍ରୋଚ ରୋଡ

0
55

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୮/୦୭) : ଦୁଇ ଦିନିଆ ବର୍ଷାରେ ଧୋଇଗଲା ବିଜୁସେତୁ ଆପ୍ରଚ ରୋଡ । କାମସରି ଦୁଇମାସ ଯାଇନାହିଁ ରାସ୍ତାର ଅବସ୍ଥା ଶୋଚନୀୟ । ବିନା ସୂଚନାଫଳକରେ ଚାଲିଛି କୋଟିକୋଟି ଟଙ୍କାର କାମ ।WhatsApp Image 2023 07 27 at 14.54.45 jpeg ଦୁଇଦିନିଆ ବର୍ଷାରେ ଧୋଇଗଲା ବିଜୁସେତୁ ଆପ୍ରୋଚ ରୋଡ

ଦୁଇଦିନିଆ ବର୍ଷାରେ ଧୋଇହଇଗଲା ବିଜୁସେତୁର ଆପ୍ରୋଚ ରୋଡରେ ପଥରପେଚକିଙ୍ଗର ମାଟି ଧଇହଇ ଯାଇଥିବା ବେଳେ ରାସ୍ତାଫାଟି ଆଁ କରିଛି । ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ବୃନ୍ଦାବାଡି ପୂର୍ତ୍ତବିଭାଗ ରାସ୍ତାଠାରୁ କଲ୍ୟାଣ ସିଂଙ୍ଗପୁରକୁ ସଂଯୋଗ କରୁଥିବା ରାସ୍ତାର ଦୃଶ୍ୟ । ୨୦୧୯ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ କରକମଳରେ ଏହି ବିଜୁସେତୁର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଆଉ ଏହିକାମ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାର ତଦାରଖ ଦାୟିତ୍ବ ନେଇଥିବା ବେଳେ ନିମ୍ନମାନର କାମଯୋଗୁଁ ରାସ୍ତାର ଏପରି ଅବସ୍ଥା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ରାଜ୍ୟ ସରକାର ଉତ୍ତମ ଗୋମନାଗମନ କଥା କହୁଥିବା ବେଳେ ଏହା ହେଉଛି ତାର ଏକ ନମୁନା l

ଭଲକରି ଏହି ପିଲର ଗୁଡିକୁ ଦେଖନ୍ତୁ କାମସରି ଦୁଇମାସ ହୋଇନାହଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି l ଯାହାଫଳରେ ଏବେ ଏହି ରାସ୍ତାଦେଇ ଯାତାୟାତ ବାଧାପ୍ରାପ୍ତ ହେବାସହ କେତେବେଳେ ଯେ କଣ ହେବ ତାହା କହିବା ମୁସ୍କିଲ ହୋଇପଡିଛି l ଅନ୍ୟପଟେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ରାସ୍ତାର ଆଜି ଏ ଅବସ୍ଥା ଲୋକେ କହିଥିବା ବେଳେ ସେତୁକାର୍ଯ୍ୟ ସରିଗଲା ହେଲେ କାର୍ଯ୍ୟସ୍ଥଳିକୁ ତଦାରଖ ଦାୟିତ୍ବରେ କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀଙ୍କୁ ଦେଖିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଖବରପ୍ରକାଶ ପରେ ଜିଲ୍ଲା ପ୍ରଶ।ସନ ଏବଂ ବିଭାଗୀୟ ଅଧିକାରୀ ଙ୍କ ଦ୍ବାରା କଣ ପଦକ୍ଷେପ ନିଆଯାଉଛି,ତାହା ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚି ସୃଷ୍ଟି ହେଉଛି ।