Sunday, August 9, 2020
Home Corona Lockdown ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //
କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ – ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତର (ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ,ପି ଏଚ୍ ସି ଓ ସି ଏଚ୍ ସି), ନିୟମିତ ଆୟୁଷ ଡାକ୍ତର ଏବଂ ଆୟୁଷ ହାଉସ୍ ସର୍ଜନ ଙ୍କୁ କାର୍ଯ୍ୟରେ ନିୟୋଜିତ କରିଛନ୍ତି ରାଜ୍ୟ ସରକାର |

କିନ୍ତୁ ବିଡମ୍ବନା ର ବିଷୟ ଏହିକି ଯେ, ରାଜ୍ୟ ରେ କାର୍ଯ୍ୟରତ ,ଏହି ଚୁକ୍ତି ଭିତ୍ତିକ ଏବଂ ନିୟମିତ ଆୟୁଷ (ହୋମିଓପାଥି ଏବଂ ଆୟୁର୍ବେଦ ) ଡାକ୍ତର ଙ୍କୁ ବିନା ଅସ୍ତ୍ର ରେ ଯୁଦ୍ଧ କରିବା କୁ ପଡୁଛି, ମାନେ ଏମାନଙ୍କ ର ଶତପ୍ରତିଶତ ଅଂଶ କାର୍ଯ୍ୟ ରେ ନିୟୋଜିତ ହୋଇଛନ୍ତି ସିନା, ଏମାନଙ୍କୁ ଏମାନଙ୍କର ଚିକିତ୍ସା ପଦ୍ଧତି ଅନୁସାରେ ଔଷଧ ଦିଆଯାଉନାହିଁ ଚିକିତ୍ସା କରିବା ପାଇଁ । ସୁଚନା ଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପତ୍ର ସଂଖ୍ୟା (ଡି ଓ ନଂ ଏସ୍ ୧୬୦୩୦୵୧୮୵୨୦୧୯ ) ତା – ୬୵୩୵୨୦୨୦ ଏବଂ ଓଡିଶା ରାଜ୍ୟ ସରକାର ଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ,ନଂ- ଏ ୱାଈ ଇଉ ଆର୍ ଏମ୍ -୦୦୨୫-୨୦୨୦୵୧୨୩୭୩/ ଏଚ୍ ଏବଂ ଏଫ୍ ଡବ୍ଲୁ, ଓଡିଶା ସରକାରଙ୍କ ଅନୁସାରେ କରୋନା ରୋଗ ର ପ୍ରତିଷେଧକ ଏବଂ ଚିକିତ୍ସା ପାଇଁ ଆୟୁଷ ପଦ୍ଧତି ଅନୁସାରେ ଔଷଧ ଦେବା କଥା, କିନ୍ତୁ ଦୁଃଖ ର ବିଷୟ ଏହିକି ଯେ ଏହା କେବଳ କାଗଜପତ୍ର ରେ ସିମିତ ରହିଯାଇଛି । କୋଭିଡ୍-୧୯ ମୁକାବିଲା କରୁଥିବା ଏହି ଆୟୁଷ ଡାକ୍ତର ମାନଙ୍କୁ ଚିକିତ୍ସା ନିମନ୍ତେ ଏଲୋପାଥି ଔଷଧ ପରିବର୍ତ୍ତେ ଆୟୁର୍ବେଦ ଏବଂ ହୋମିଓପାଥି ଔଷଧ ମିଳିଲେ ଏହା ବିଶେଷ ଫଳପ୍ରଦ ହେବ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି, କାରଣ ଏମିତି ଅନେକ ଗୁଡିଏ ରୋଗ ଅଛି ଯାହାର ସଫଳ ଚିକିତ୍ସା ଏଲୋପାଥି ଔଷଧ ରେ ହେଉନଥିବା ବେଳେ ଆୟୁଷ ଔଷଧ ରେ ହୋଇପାରୁଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: