Friday, March 29, 2024

Top 5 This Week

Related Posts

ଓଡିଶା ଡ୍ରାଇଭର ମହା ସଂଘ ତରଫରୁ ବୌଦ୍ଧ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ,(୦୧/୦୯) : ଆଜି ସକାଳ ପ୍ରାୟ ୯ ଟାରେ ଓଡିଶା ଡ୍ରାଇଭର ମହା ସଂଘ ବୌଦ୍ଧ ଶାଖା ତରଫରୁ ବିଭିନ୍ନ ଦାବି ନେଇ ହଜାର ସଂଖ୍ୟକ ଡ୍ରାଇଭର ବ୍ରିଜ଼ ଛକ ଠାରୁ ବାହାରି ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କୁ ଯାଇ ଦାବିପତ୍ର ଦେଇଥିଲେ |

ବୌଦ୍ଧ ଜିଲ୍ଲା ଓଡିଶା ଡ୍ରାଇଭର ମହା ସଂଘ ଶାଖାର ସଭାପତି ବିପିନ ବିହାରୀ ବ୍ରହ୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ଶୋଭାଯାତ୍ରାରେ ଜିଲ୍ଲା ର ସମସ୍ତ ବ୍ଲକର ସଭାପତି, ସମ୍ପାଦକ ଆଡମିନ ଓ ହଜାର ସଂଖ୍ୟକ ଡ୍ରାଇଭର ଅଂଶ ଗ୍ରହଣ କରିଥିଲେ | କରୋନା ମହାମାରୀ ସମୟରେ ଜୀବନ ଜୀବିକା ଠପ ହୋଇଥିବା ବେଳେ ଡ୍ରାଇଭର ଭାଇ ମାନେ କାମ ଧନ୍ଦା ନ ପାଇ ବହୁ କଷ୍ଟରେ ପରିବାର ପୋସିଥିଲେ | ଓଡିଶା ସରକାର ସରକାରୀ ଡ୍ରାଇଭର ମାନଙ୍କୁ ସହାୟତାର ହାତ ବଢ଼ାଇ ଥିବା ବେଳେ ଘରୋଇ ଗାଡି ଚଳାଉଥିବା ଡ୍ରାଇଭର ଭାଇ ହାତ ବାନ୍ଧି ଏହି ସମୟରେ ରହିଥିଲେ |

ତେଣୁ ଆଜି ବୌଦ୍ଧ ଜିଲ୍ଲା ର ହଜାର ସଂଖ୍ୟକ ଡ୍ରାଇଭର ଭାଇମାନେ କରୋନା ମହାମାରୀ ସରକାରୀ ସହାୟତା ୧୦,୦୦୦ ଦେବା ସହ କରୋନା ଯୋଦ୍ଧାରେ ସାମିଲ କରିବା ଏବଂ କୋଣସି ଡ୍ରାଇଭର ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ୨୦ ଲକ୍ଷ ଇନ୍ସୁରାନ୍ସ ଲାଗୁ କରିବା ପାଇଁ ଦାବିପତ୍ର ପ୍ରାପ୍ତ କରିଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles