ସନାତନ ଧର୍ମ ପ୍ରତି ଅପମାନ ନେଇ ବ୍ରାହ୍ମଣ ସମାଜ ର ସ୍ୱାଭିମାନ ଶୋଭାଯାତ୍ରା ଅନୁଷ୍ଠିତ

0
52

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୭/୦୭) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ରେ ସନାତନ ଧର୍ମ ପ୍ରତି ହୋଇ ଥିବା ଅପମାନ ପ୍ରଭୁ ପର୍ଶୁରାମ ଙ୍କ ପ୍ରତିମୂର୍ତ୍ତି ବଦଳରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଟିଟିଲାଗଡ ଉପଖଣ୍ଡ ବ୍ରାହ୍ମଣ ସମାଜ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରକାଶ ଯେ, ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ଠାରେ ସମସ୍ତ ବ୍ରାହ୍ମଣ ସମାଜ ଏକତ୍ରିତ ହୋଇ ସହର ପରିକ୍ରମା କରି ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଘଟଣା ର ଦୃଢ଼ ନିନ୍ଦା କରିବା ସହ ଏ ନେଇ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଉପ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଆୟୋଜିତ ଏହି ବିଶାଳ ସ୍ୱାଭିମାନ ଶୋଭାଯାତ୍ରା ରେ ଆଖ, ପାଖ ଅଞ୍ଚଳରୁ ବହୁ ସଂଖ୍ୟା ରେ ବ୍ରାହ୍ମଣ ସମାଜ ସଦସ୍ୟ ସାମିଲ ଥିଲେ ।