Sunday, August 9, 2020
Home District News ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ଗ୍ରାମରେ l

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଦଣ୍ଡାବାଡ଼ି ଗ୍ରାମର ମନସାଇ ବାରିକଙ୍କ ପୁଅ ଶୁକୁରାମ ବାରିକ (38) ଗତ କାଲି ବିଳମ୍ବିତ ରାତିରେ ପୁଅ ଏବଂ ସ୍ତ୍ରୀଙ୍କ ସହ ଘରେ ଶାଇଥିବା ବେଳେ ଲଣ୍ଠନ ଦ୍ୱାରା ଘରେ ନିଆଁ ଲଗାଇ ଦେଇଥିଲେ l ନିଆଁ ଦେଖି ପୁଅ ଏବଂ ସ୍ତ୍ରୀ ପ୍ରାଣ ବିକଳରେ ବାହାରକୁ ଦୌଡ଼ି ପଳାଇଥିଲେ l ଯାହାଫଳରେ ସେମାନଙ୍କ ଜୀବନ ବଞ୍ଚିଗଲା କିନ୍ତୁ ଘରର ସମ୍ମାନl ବଖରା ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ବେଳେ ଗୁହାଳରେ ଥିବା ୧୦ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହି ଘଟଣାକୁ ସ୍ତ୍ରୀ ଓ ପୁଅ ସହ ପରିବାର ଲୋକେ ବିରୋଧ କରିବାରୁ ସେମାନଙ୍କୁ ଲୁହା ଅସ୍ତ୍ର ଦେଖାଇ ଜୀବନରେ ମାରିବା ପାଇଁ ଧମକ ଦେଉଥିବା ପରିବାର ଲୋକେ କହୁଛନ୍ତି l ପରିବାର ଲୋକେ ଶୁକୁରାମଙ୍କ ମାନସିକ ରୋଗର ଚିକିତ୍ସା ଜାରି ରଖିଥିବା ବେଳେ ଗତ ୨ ଦିନ ହେବ ତାଙ୍କର ମାନସିକ ଅବସ୍ଥାରେ ପରିର୍ବତ୍ତନ ଆସିଥିଲା l କିନ୍ତୁ ଏହି କାଣ୍ଡରୁ ଜଣାପଡୁଛି ଯେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି l ଏବେ ଶୁକୁରାମକୁ ଏକ କଠୋରୀରେ ପରିବାର ଲୋକେ ରଖିଥିବା ଜଣାପଡିଛି l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: