1. Big News : ମା ଓ ପୁଅ ମିଶି ବାପାଙ୍କୁ ଛୁରୀ ଭୁସି ମାରିଦେଲେ

0
71
ମା ଓ ପୁଅ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୭/୦୭) : ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁସି ମାରିଦେଲେ ମା ଓ ପୁଅ । ଭଦ୍ରକ ଜିଲ୍ଲା ବାଣିତିଆ ଗାଁରୁ ଆସିଛି ଏଭଳି ଅଭିଯୋଗ ।

 ମା ଓ ପୁଅ ମିଶି ବାପାଙ୍କୁ ଛୁରୀ ଭୁସି ମାରିଦେଲେ : ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁରେଶମହଲା । ପୁଲିସ ସ୍ତ୍ରୀ ସଂଜୁଲତା ମହଲା ଓ ତାଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଛି । ସ୍ତ୍ରୀ ସଂଜୁଲତା ଓ ପୁଅକୁ ନେଇଥିଲେ ସୁରେଶ ଗଢ଼ିଥିଲେ ସୁନାର ସଂସାର । ଏହି ସୁନାର ସଂସାର ଉପରେ କାହାର ଯେପରି ନଜର ଲାଗିଯାଇଥିଲା । ଗୋଟିଏ ମିନିଟ୍‌ ସବୁ ଛାରଖାର ହୋଇଯାଇଥିଲା । ନିଜ ସ୍ୱାମୀକୁ ସଂଜୁଲତା ନାବାଳକ ପୁଅ ସହ ମିଶି ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ଭୋର ସମୟରେ ସୁରେଶ ଘର ଭିତରୁ ଚିତ୍କାର କରି ବାହାରକୁ ଦୌଡି ଆସିଥିଲେ ।

ପରେ ରାସ୍ତାରେ ପଡି ଯାଇଥିଲେ । ପଡୋଶୀ ତାଙ୍କୁ ପାଟି ଶୁଣି ବାହାରକୁ ଦୌଡ଼ି ଆସିଥିଲେ । ଲୋକେ ତାଙ୍କ ଦେହରେ ଦୁଇଟି କ୍ଷତ ଚିହ୍ନ ଦେଖିଥିଲେ । ପରେ ସୁରେଶଙ୍କଙ୍କର କିଛି ସମୟ ଭିତରେ ମୃତ୍ୟୁ ହୋଇଯାଇଥିଲା । ସୁରେଶଙ୍କୁ ତାଙ୍କ ସ୍ତ୍ରୀ ଓ ପୁଅ ମିଶି ମାରିଥିବା ଜାଣିବାକୁ ପାଇଥିଲେ । ଏନେଇ ଗ୍ରାମବାସୀ ପୁଲିସ ଖବର ଦେଇଥିଲେ । ଏହାସହ ଗ୍ରାମବାସୀ ଉଭୟ ମାଆ ପୁଅକୁ କାବୁ କରି ଗଛରେ ବାନ୍ଧି ମାଡ ମାରି଼ଥିଲେ । ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ମାଆ ଓ ପୁଅଙ୍କୁ ହେପାଜତକୁ ନେଇଛି । ଘଟଣାସ୍ଥଳରୁ ଏକ ଶାବଳ ଜବତ କରିଛି ପୁଲିସ୍ ।