Sunday, August 9, 2020
Home District News ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ ହୋଇଯାଇଛି l

ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଉପସ୍ଥିତ ରହି ମାର୍ଜାରୀ କେଶରୀ ନୃସିଂହନାଥ ମହାପ୍ରଭୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ସାରିବା ପରେ ଫିତା କାଟି ଷ୍ଟୁଡିଓ କୁ ଉଦଘାଟନ କରିଥିଲେ l କରୋନା ର କଟକଣା ଯୋଗୁଁ ସାମାଜିକ ଦୂରତା ରକ୍ଷା କରି କମ ଲୋକଙ୍କ ଉପସ୍ଥିତିରେ ଏକ ନିଆରା ଢଙ୍ଗରେ ଉଦଘାଟନ କରି 1980 ଦଶକରେ ଅନୁଷ୍ଠିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଉପରେ ଆଧାରିତ ଗୀତ କୁ ପ୍ରଥମେ ରେକର୍ଡିଂ କରାଯାଇଥିଲା l ଉଲ୍ଲେଖ ଯୋଗ୍ୟ ଯେ ଏହି ଗୀତ କୁ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କଣ୍ଠ ଦାନ କରିଛନ୍ତି l ଶ୍ରୀ ସୁନୀଲ ତାଣ୍ଡି ସାର୍ଥକ ମ୍ୟୁଜିକ୍ ଷ୍ଟୁଡିଓରେ ବହୁତ ବର୍ଷ ଧରି କାର୍ଯ୍ୟ କରିବା ପରେ ଏକ ନିଜସ୍ୱ ଉଦ୍ୟମରେ ନିଜ ଗାଁ ବରତୁଣ୍ଡା ଠାରେ ସଙ୍ଗୀତ ଷ୍ଟୁଡିଓ ପ୍ରତିଷ୍ଠା କରି ସଫଳ ହୋଇଛନ୍ତି l ପଦ୍ମପୁର ଉପଖଣ୍ଡ, ନୂଆପଡ଼ା, ପାଟନାଗଡ଼ ଅଞ୍ଚଳରେ ପ୍ରଥମ ଥର ଲାଗି ଏଭଳି ଏକ ଷ୍ଟୁଡିଓ ପ୍ରତିଷ୍ଠା ହୋଇଥିବାରୁ ଅନେକ କଳାକାର ଏହାର ଲାଭ ଉଠାଇ ପାରିବେ ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି l ଉଦଘାଟନ ଉତ୍ସବରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ କାଲି ଚରଣ ବାଗ ଓ ରମାକାନ୍ତ ହରିପାଲ, ବରତୁଣ୍ଡା ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, ପାଇକମାଲ ବ୍ଲକ କଳାକାର ମହାସଂଘ ର ସଭାପତି ଶ୍ରୀ ପ୍ରେମ ସାଗର ଫୌଜଦାର ଓ ସମ୍ପାଦକ ଶ୍ରୀ ଲଲିତ ଜଗତ, ଉଚ୍ଛବ ପଟ ନାୟକ, ନାନକି ସରାଫ, ଶ୍ରୀକାନ୍ତ ମିଶ୍ର, ଲିଙ୍ଗରାଜ ସେଠ, ଧରମସିଂ ମାଝୀ, ହୃଷିକେଶ ପ୍ରଧାନ ଓ ରାଜେନ୍ଦ୍ର ସେଠ ଉପସ୍ଥିତ ଥିଲେ l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: