ବିଦ୍ୟୁତ ସଂସ୍ପର୍ଶରେ ଚାଲିଗଲା ଦୁଇଟି ବଳଦର ଜୀବନ

0
91

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୭/୭) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତର ଲେଖାପାଇ ଗାଁ’ର ବେଣୁହଂସା, ଙ୍କ ଆଜି ଫାହାନ୍ତିଆ ଚାରି ଟା ସମୟ ରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦୁଇଟି ବଳଦର ଜୀବନ ଆଉ ଅଳ୍ପକେ ବଞ୍ଚି ଗଲେ ୬ ଗୋଟି ଗୋରୁ ଜୀବନ ।

କିଛିଦିନ ତଳେ ବେଣୁହଂସା, ନିଜ ଚାଷ ଜମିରେ ଧାନ ଫସଲ କରିବା ପାଇଁ ୩୫ ହଜାର ଟଙ୍କା ଦେଇ କିଣି ଆଣି ଥିଲେ ଦୁଇ ଗୋଟି ବଳଦ ଆଉ ଆଜି ବିଦ୍ୟୁତ ବିଭାଗ ର ମନ ମାନି ଅବହେଳା ଯୋଗୁଁ ଜଣେ ଗରିବ ଚାଷୀ ବେଣୁଧର ଙ୍କ ଦୁଇଟି ବଳଦ ନିଜ ଗୋରୁ ସାଳ ରେ ବିଦ୍ୟୁତ ସଂସ୍ପର୍ଶରେ ଚାଲି ଯାଇଛି ଦୁଇଟି ବଳଦ ଜୀବନ ଯାହାକି ଗରିବ ପରିବାର ବେଣୁହଂସା ଙ୍କ ପାଇଁ ବଡ ଦୁଃଖଦ ଘଟଣା ବୋଲି ଅଞ୍ଚଳ ବାସୀ ମାନେ ଅଭିଯୋଗ କରିଛନ୍ତି। ବିଦ୍ୟୁତ ଭିବାଗ ର କର୍ମଚାରୀ ଙ୍କୁ ବାରମ୍ବାର କହିବା ପରେ ମଧ୍ୟ ଗୋରୁ ସାଳ ଉପରେ ଯାଇଥିବା ବିଦ୍ୟୁତ ତାରକୁ ନ ହଟାଇବା ରୁ ଏହି ପରି ଅଘଟଣ ହୋଇଥିବା ଜଣାପଡିଛି । ବେଣୁହଂସା ଙ୍କୁ ଦୁଇଟି ବଳଦ ର କ୍ଷତି ପୂରଣ ଦେବାକୁ ଗ୍ରାମବାସୀ କହିଛନ୍ତି ।