Sunday, August 9, 2020
Home Education & Literacy ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //
ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା ଗ୍ରାମର ୨ ପରିବାର ର ୨୦ଜଣ ସଦସ୍ୟ ନିଜ ଗ୍ରାମ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛନ୍ତି |

ସୂଚନା ଅନୁଯାୟୀ ପୂର୍ବରୁ ଗାଜୁଲମାମୁଡ଼ି ପଂଚାୟତର ତୋଟାଗୁଡା ଗ୍ରାମର ୨ପରିବାର ଚାଷ କରି ଚଳୁଛନ୍ତି | ଜାତି ରେ ଏହି ପରିବାର ଅଲେଖ ଧର୍ମର , ଏହି ୨ପରିବାରଙ୍କ ନାମରେ ଗୁଣିଗାରେଡି କରୁଥିବା ଅଭିଯୋଗ ଆଣି ଗ୍ରାମବାସୀ କିଛିଦିନ ତଳେ ପ୍ରଜାକୋର୍ଟ କରିଥିଲେ ଓ ବିଚାର କରାଯାଇଥିଲା ଏବଂ ଗାଁ ଛାଡିବାକୁ କୁହାଯାଇଥିଲା | ଯଦି ଗ୍ରାମ ଛାଡି ନ ଯାନ୍ତି ତେବେ ଜୀବନରୁ ମାରିଦେବାର ଧମକ ମଧ୍ୟ ମିଳୁଥିଲା। ଗୁଣିଆ ଅଭିଯୋଗର ବିଚାର ପାଇଁ ୮ଟି ଗ୍ରାମର ଲୋକଙ୍କ ଉପସ୍ଥିତିରେ ଗ୍ରାମ ସଭାରେ ବିଚାର କରାଯାଇଥିଲା । କିନ୍ତୁ ନିଜ ସପକ୍ଷରେ କୌଣସି ବିଚାର ନ ମିଳିବାରୁ ବାଧ୍ୟ ହୋଇ ଗ୍ରାମ ଛାଡିଥିଲେ ପରିବାର । ପରିବାରଙ୍କ କହିବା ଅନୁଯାୟୀ ରାତି ରାତି ସେମାନେ ନିଜ ଭିଟାମାଟି ଗାଇ, ଛେଳି ସବୁ କିଛି ଛାଡି କାନ୍ଦି କାନ୍ଦି ଚାଲି ଚାଲି ୫ କିଲୋମିଟର ଆସିଲା ପରେ ଏକ ଵୋଟ ଯୋଗେ ଚିତ୍ରକୋଣ୍ଡା ଲଞ୍ଚ ଘାଟ ଠାରେ ପହଞ୍ଚିଥିଲେ । ଗାଁ ରୁ ଆସିବା ସମୟରେ ନିଜ ଜିନିଷ ମଧ୍ୟ ଆଣିବାକୁ ଦିଆଯାଇ ନ ଥିଲା |

ଘର,ଜମି,ଗାଈ ଗୋରୁ, ସମସ୍ତ ସମ୍ପତ୍ତି, ଅସବାପତ୍ର ଗାଁରେ ଛାଡ଼ି ଗାଁ ଛାଡିବାକୁ ବାଧ୍ୟ ହୋଇଥିଲେ । ୨୦ଜଣ ପରିବାର କୁ ନେଇ କେଉଁଠି କୁ ଯିବେ କଣ କରିବେ ୨୦ଜଣ ସଦସ୍ୟଙ୍କ ମୁହଁରେ କେମିତି ଆହାର ଦେବେ ଏ କଥା କହୁଥିବା ସମୟରେ କାନ୍ଦି ପକାଉଥିଲେ ସମସ୍ତେ । ସେମାନଙ୍କ କହିବାଅନୁଯାଇ ସେହି ଗ୍ରାମର କିଛି ବ୍ୟକ୍ତି ଜମି ହଡପ କରିବାପାଇଁ ଏ ସବୁ ଚକ୍ରାନ୍ତ କରଛନ୍ତି। ଏହି ପରିବାର ବର୍ତ୍ତମାନ ଅଛନ୍ତି ଚିତ୍ରକୋଣ୍ଡା ର ଜଣେ ସମ୍ପର୍କୀୟ ଙ୍କ ଘରେ | ଗଣମାଧ୍ୟମ ର ହସ୍ତକ୍ଷେପ ପରେ ବିଡ଼ିଓ ଚିତ୍ରକୋଣ୍ଡା ଏଥିରେ ହସ୍ତକ୍ଷେପ କରି ନ୍ୟାୟ ଦେବା ସହ ସେମାନେ କିପରୀ ଘରକୁ ଫେରିବେ ଓ ସେହିପରିବାରକୁ ଖାଇବାର ସବୁ ବ୍ୟବସ୍ତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: