Friday, March 29, 2024

Top 5 This Week

Related Posts

ମାଝୀଗୁଡା ପୁରାତନ ହାଟ ର ଅବସ୍ଥା ଶୋଚନୀୟ ଗ୍ରାହକ, ବ୍ୟବସାୟୀ, ମହଲରେ ଅସନ୍ତୋଷ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୭/୭) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ମାଝିଗୁଡା ହାଟର ଅବସ୍ଥା ଏବେ ପରିତ୍ୟକ୍ତ ଅବସ୍ଥାରେ ।WhatsApp Image 2023 07 27 at 07.15.58 ମାଝୀଗୁଡା ପୁରାତନ ହାଟ ର ଅବସ୍ଥା ଶୋଚନୀୟ ଗ୍ରାହକ, ବ୍ୟବସାୟୀ, ମହଲରେ ଅସନ୍ତୋଷ

ବର୍ଷା ଦିନ ଆସିଯାଇଥିବାରୁ ଟିକିଏ ବର୍ଷାରେ ହାଟ ମଧ୍ୟରେ କାଦୁଅହୋଇ ହାଟ ର ଅବସ୍ଥା ଶୋଚନୀୟ ହୋଇପଡୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ହାଟକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ହାଟର ଆଧୁନିକ କରଣ ପାନୀୟ ଜଳ, ପାର୍କିଂ, ପରି ଅନେକ ସମୟରେ ଲୋକେ ନାହିଁ ନ ଥିବା ଅସୁବିଧା ର ସନମୁଖୀନ ହୋଉ ଥିବାର ଦେଖିବା କୁ ହୋଇଛି । ଅନ୍ୟପଟେ ଏହି ହାଟରୁ ଲକ୍ଷାଧିକ ଟଙ୍କାର ସରକାର ଆଦାୟ କରୁଥିଲେ ମଧ୍ୟ ହାଟପ୍ରତି କାହାରି ଦୃଷ୍ଟି ପଡ଼ୁ ନ ଥିବା ଜଣା ପଡ଼ିଛି। ବ୍ୟବସାୟୀ ଓ ଗ୍ରାହକ ମାନେ କାଦୁଅ ପଚପଚରେ ବେପାର କରୁଥିବା ବେଳେ ହାଟରୁ ଲକ୍ଷାଧିକ ଟଙ୍କାର ଆଦାୟ କରି ମଧ୍ୟ ଏଠାରେ କୌଣସି ପ୍ରକାର ସୁବିଧା ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୁଷ୍ଟି କରିଛି । ଏଥିପ୍ରତି ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲ ରେ ଦାବିହେଇଛି । ଏହି ହାଟରେ ନିୟମଗିରୀ ପାହାଡ ରୁ ଆଦିବାସୀ ଅଞ୍ଚଳରେ ବସ ବାସ କରୁଥିବା ଡ଼ଙ୍ଗରିଆ ମାନେ ସପୁରୀ, ଦେଶୀ କଦଳୀ, ପଣସ, ଆମ୍ବ, ହଳଦୀ ଅଦା ଆମ୍ବଷୋଡା, ଭଳି ଅନେକ ଦେଶୀ ସାମଗିରି ଆଣି ବିକ୍ରି କାରିଥାନ୍ତି ।

ଶହେରୁ ଅଧିକ ବର୍ଷ ର ପୁରାତନ ହାଟ ଭାବେ ପରିଚିତ ମାଝୀଗୁଡା ସପ୍ତାହିକ ହାଟ ସପ୍ତାହ ର ମଙ୍ଗଳବାର ଗୋଟିଏ ଦିନ ବସିଥାଏ ପର୍ବ ପର୍ବାଣୀ ବିବାହ କାର୍ଯ୍ୟ ପାଇଁ ଏହି ହାଟରୁ ଛେଳି ମେଣ୍ଡା ପାରା ଦେଶୀ କୁକୁଡ଼ା ଇତ୍ୟାଦି ପାଇଁ ପ୍ରସିଦ୍ଧରହିଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏଠାରେ ମିଳିଥାଏ । ସେଥିପାଇଁ ଆଖପାଖ ଆଞ୍ଚଳର ଜିଲ୍ଲାର ତଥା ଆନ୍ଦ୍ରପ୍ରଦେଶ, ଛତିଶଗଡ଼ ର ଲୋକେ ଏହି ହାଟ କୁବେପାର କରିବା ପାଇଁ ଆସିଥାନ୍ତି । ରାଜ୍ୟ ବାହାରୁ ଆନ୍ଦ୍ରା ଛତିଶଗଡ଼ ରାୟପୁର ପରି ଅନେକ ସ୍ଥାନରୁ ବ୍ୟବସାୟୀ ମାନେ ଆସି ଛେଳି ମେଣ୍ଡା ଗାଈ ଗୋରୁ କୁକୁଡ଼ା ଶୁଖୁଆ ବିକ୍ରି କରିବା ସହ କିଣି ବେପାର କରିବା ନିର୍ଭର କରଥାନ୍ତି । ପ୍ରତି ମଙ୍ଗଳବାର ଦିନ ଏଠାରେ ଶତାଧିକ ବ୍ୟବସାୟୀ ଓ ହଜାର ହଜାର ଗ୍ରାହକଙ୍କ ସମାଗମ ହୋଇଥାଏ । ତେଣୁ ବର୍ଷା ଦିନରେ ହାଟରେ ହେଉଥିବା ସମସ୍ୟାର ସମାଧାନ ଓ ପିଇବା ପାଣି, ଗାଡି ପାର୍କିଂ, ହାଟ ପଡିଆ ରେ କଂକ୍ରିଟ, ହାଟ ବାଉଣ୍ଡିରି, ହାଟ ର ସୁବିଧା କରିବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି ।

Popular Articles