ଶିଶୁମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଓ ପୃଷ୍ଟି ନିମନ୍ତେ ଜିଲ୍ଲାପାଳଙ୍କ ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ

0
72

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୦୭) : ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ ମିସନ ବାତ୍ସଲ୍ୟ ଅଧୀନରେ ପିତୃହୀନ ଅସହାୟ ପରିବାର ର ଶିଶୁ ମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ତଥା ପୃଷ୍ଟି ନିମନ୍ତେ ଜିଲ୍ଲାପାଳ ବିମଲେନ୍ଦୁ ରାଏ ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିରମହାରାଜପୁର ବ୍ଲକ ହନୁମାନପାଲି ଗ୍ରାମର ଶାନ୍ତି ମେହେର ଙ୍କ ଝିଅ କ୍ରୀଷ୍ଣା ମେହେର ଏବଂ ଡୁଙ୍ଗୁରିପାଲି ବ୍ଲକ ମହୁଲପାଲି ଗ୍ରାମର ସୁସ୍ମିତା ସାହୁ ଙ୍କ ଝିଅ ଅଦ୍ୟସା ସାହୁ ପ୍ରତ୍ୟେକଙ୍କୁ ୪୦୦୦ ଟଙ୍କାର ଚେକ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର । ସହାୟତା ନିମନ୍ତେ ଉଭୟ ପରିବାର ପାଇଁ ୪୮,୦୦୦ ଟଙ୍କା ଲେଖାଏଁ ମଞ୍ଜୁର ହୋଇଥିବା ବେଳେ ପ୍ରତିମାସ ଜଣ ପ୍ରତି ୪୦,୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହି ଅବସରରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଅଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ସାମାଜିକ କର୍ମୀ ରୁଦ୍ର ପ୍ରସନ୍ନ ମିଶ୍ର, ପରାମର୍ଶ ଦାତା ପ୍ରଶାନ୍ତ ମାହାକୁଡ, ସ୍ୱାଗତରାଜ ମିଶ୍ର , ଥବିର କାଳସାଏ, ବିଶେଶ୍ଵର ହୋତା, ସରିତା ସୁନା ସହଯୋଗ କରିଥିଲେ l