Saturday, August 8, 2020
Home Business & Private ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ ହେବା ଦିନରୁ ଏକ ନୂତନ ଦିଗନ୍ତ ସୃଷ୍ଟି ହୋଇଛି ଅନେକ କ୍ଷେତ୍ରରେ l

ସାମାଜିକ ତଥା ଆର୍ଥିକ ସ୍ଥରରେ ଅଗ୍ରଗତି କରିଥିବା ବେଳେ ବର୍ତ୍ତମାନ ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ (ଯୁଏଆଇଏଲ ) ଏକ ସାମୁହିକ ସିଏସଆର ନୀତିକୁ କାର୍ଯ୍ୟକାରୀ କରିଛି l ଏହି ଯୋଜନା ଜରିଆରେ ଟିକିରି ତଥା ଆଖପାଖ ଅଞ୍ଚଳର ଲୋକଙ୍କ ସାମାଜିକ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିଛି l ଏହି ବିକାଶମୂଳକ ଯୋଜନା ଅନୁସାରେ ଗ୍ରାମବାସୀ ଙ୍କୁ ଉନ୍ନତ ସ୍ୱାସ୍ଥ୍ୟ, ଶିକ୍ଷା ଜୀବିକା ଓ ଯୋଗାଇ ଦିଆଯାଇଥାଏ l ଏହି ଯୋଜନା ମୁଖ୍ୟତଃ ୨୦୧୯ ସେପ୍ଟେମ୍ବର ରେ ଆରମ୍ଭ ହୋଇଥିଲା l ସେତେବେଳେ ଏହି ଯୋଜନା ରେ ହାତୀଖମଣ, ଯୋଗିପରିତୁଣ୍ଡ, ରତଛୁଆଁ, ନାରୀଙ୍ଗଯୋଡ଼ା, ଗ୍ରାମର ୧୯ ଜଣ ଚାଷୀ ଅମୃତଭଣ୍ଡା, ଛୁଇଁ, କଦଳୀ, ଓ ପିଜୁଳି ଇତ୍ୟାଦି ତୋଟାରେ ଚାରା ରୋପଣ କରିଛନ୍ତି l ସେମାନଙ୍କୁ କୀଟନାଶକ ଓ ସାର ମଧ୍ୟ ଯୋଗାଇ ଦିଆଯାଇଛି l ଏହା ଏବେ ୮. ୩୭ ଏକର ଜମିରେ ପରିବ୍ୟାପ୍ତ ରହିଛି l କୃଷିକ୍ଷେତ୍ରରେ ଆୟସ୍ତର ବଢାଇବା ପାଇଁ ପ୍ରଜେକ୍ଟ ସୁଗନ୍ଧ ନାମକ ଏକ ନୁଆଁ ଯୋଜନା ଜରିଆରେ ଲେମନ ଗ୍ରାସ ଚାଷ କରାଯାଇଛି l ୨୦୧୮ /୧୯ ରେ ପ୍ରଥମେ ୧୨ ଜଣ ଚାଷୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ ରେ ଵର୍ତମାନ ୭୦ ଜଣ ଚାଷୀଙ୍କୁ ନେଇ ୮୦ ଏକର ଜମିରେ ଏହା ପରିବ୍ୟାପ୍ତ l ଫରୱାର୍ଡ଼ ଲିଙ୍କେଜ ପାଇଁଲେମନ ଗ୍ରାସ ତେଲ ବାହାର କରିବାପାଇଁ ୟୁଏସଇଏଲ ତରଫରୁ କାଶୀପୁର ଯୋଗିପାରିତୁଣ୍ଡି ଗ୍ରାମରେ ସ୍ଥାନୀୟ ଜଣେ ଉଦ୍ୟୋଗୀ କମ୍ପାନି ସହଯୋଗ ରେ ଏକ ୟୁନିଟ ପ୍ରତିଷ୍ଠା କରିଛନ୍ତି l ୨୩ /୦୬ /୨୦୨୦ ପ୍ରତିଷ୍ଠିତ ଉତ୍ସବରେ ୟୁନିଟ ମୁଖ୍ୟ ଶ୍ରୀଯୁକ୍ତ ଏନ, ନାଗେଶ ୟୁଏଆଇଏଲ ସଭାପତି ତପନ କୁମାର ମାହାଳିକା ତଥା ଅଣ୍ଡିରାକାଞ୍ଚ ଆଇଆଇସି, ଉତ୍କଳ ଆଲୁମିନା ଅଧିକାରୀ ଟି.ଏମ ପ୍ରକାଶ, ମୁକେଶ ଝା, ଶିବ ଶଙ୍କର ମହାପାତ୍ର, ସୁକାନ୍ତ ମହାପାତ୍ର ଓ ସିଏସଆର ଟିମ ର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l ଲେମନ ଗ୍ରାସରୁ ତେଲ ବାହାର କରିବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କମ୍ପାନୀ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି, ପ୍ରୋଜେକ୍ଟ ମୁଖ୍ୟ ଶ୍ରୀଯୁକ୍ତ ନାଗେଶ l

ନୁଆଁଗାଁର ହରିଶ୍ଚନ୍ଦ୍ର ଦିଶାରୀ, ମସ୍ତରମ ପୂଜାରୀ ଓ ଅଣ୍ଡିରାକାଞ୍ଚ ମହାରାଜ ନାଏକ ଭଳି ସ୍ଥାନୀୟ ଅଞ୍ଚଳବାସୀ କମ୍ପାନୀର ଏହିଭଳି ଏକ ସ୍ୱତନ୍ତ୍ର ଅଭିଯାନ କୁ ପ୍ରଶଂସା କରିଛନ୍ତି l ପୁଣି ୨୩ /୦୬ /୨୦୨୦ ଦିନ ସେହି ଅଞ୍ଚଳରେ ଏକ ସୌର ପାନୀୟଜଳ ପ୍ରକଳ୍ପ ଶୁଭଉଦ୍ଘାଟନ କରିଥିଲେ l ଏହିପରି ଭାବରେ ସମୟେ ସମୟେ ଉତ୍କଳ ଆଲୁମିନା ଅନେକ ଜନ ହିତକର ଯୋଜନା ହାତକୁ ନେଇ ତାକୁ କାର୍ଯ୍ୟକାରୀ କରିଛି l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: