Sunday, August 9, 2020
Home Death Case ଜମି ବିବାଦ ଓ ଗୁଣି ଗାରେଡି ସନ୍ଦେହ କୁ ନେଇ ହତ୍ୟା

ଜମି ବିବାଦ ଓ ଗୁଣି ଗାରେଡି ସନ୍ଦେହ କୁ ନେଇ ହତ୍ୟା

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୪:୭:୨୦): ବନ୍ଧୁଗାଁ ଥାନା ଅନ୍ତର୍ଗତର ଜାଗୁଡା ପଞ୍ଚାୟତରେ ଏକ ଅଭାବନିୟ ଘଟଣା ଘଟିଥିବାରୁ ସାଧାରଣ ମହଲରେ ଭୟର ଛାୟା ଖେଳି ଯାଇଛି । ଜାଗୁଡା ଗ୍ରାମରେ ଗତ ତା ୨:୭:୨୦ ରିଖ ରାତ୍ର ୮ଘଟିକା ସମୟରେ ଜମି ବିବାଦ ବିଷ୍ୟୟ କୁ ନେଇ ଗ୍ରାମରେ ବୈଠକ ଚାଲିଥିଲା |

ଉକ୍ତ ବୈଠକ ହାରେକା ସାଲ (୪୫) ନାମକ ବ୍ୟକ୍ତି, ହାରେକା ସୋନିକୁ କିଛି ଜମି ଦେବା ପାଇଁ ତାଠୁ କିଛି ଟଙ୍କା ନେଇଥିଲା ,କିନ୍ତୁ ଟଙ୍କା ଦଉ ନ ଥିଲା କି ଜମି ଦଉ ନ ଥିଲା | ଏଣୁକରି ଉକ୍ତ ବିଷୟକୁ ନେଇ ଦୁଇପରିବାର ମଧ୍ୟରେ ବୈଠକରେ ବୁଝା ମନା କରାଯିବା ପାଇଁ ହୋଇଥିଲା କିନ୍ତୁ ସେଠାରେ କିଛି ପ୍ରତିକ୍ରିୟା ନମିଳିବାରୁ ସାନି ହାରେକା (୨୪), ହାରେକା ସାନି,ମାହୁ ହାରେକା (୨୫),ନୋଦ ହାରେକା (୬୦), ସନ୍ତୋଷ ହାରେକା (୨୭) ଚାରିଜଣ ମିଶି ଚାଲୁଥିବା ବୈଠକ ରୁ ଥାପୁଡା,ଲାତ, ବିଧା, ଧୋକା,ଦେଇ ଦୁଇ ହାତକୁ ବାନ୍ଧି ଘୋଷାଡି ଘୋଷାଡ଼ି ଝିକି ଝିକି ଗ୍ରାମଦେଇ ଯାଇଥିବା ଅଂଟାମଡା ଗ୍ରାମ ରାସ୍ତା ପାର୍ଶ୍ଵରେ ରହିଥିବା ଜାଗୁଡା ପଞ୍ଚାୟତର ପୁର୍ବତନ ସରପଞ୍ଚ ହାରେକା ପାଣ୍ଡୁଙ୍କ ଜମିରେ ନିସ୍ତୁକ ଭାବରେ ମାଡ଼ ମାରିବା ସହ ତାକୁ ଛାତିରେ ପଥରରେ ଛେଚି ଜୀବନରେ ମାରିଦେଇ ଜମିରେ ପକାଇ ଚାଲି ଯାଇଥିଲେ | ରାତ୍ର ପ୍ରାୟ ୧୦.୩୦ ସମୟ ହୋଇଥିବାର ଆନୁମାନିକ ଭାବରେ ବୋଲି ବନ୍ଧୁଗାଁ ଥାନା ଅଧିକାରୀ ଶ୍ରୀ ତପନ କୁମାର ନାହାକ କହିଥିଲେ । ଆର ଦିନ ସକାଳ ଶୁକ୍ରବାର ଶବକୁ ଦେଖି ଗ୍ରାମ ଲୋକେ ପଞ୍ଚାୟତ ସରପଞ୍ଚଙ୍କୁ ଜଣାଇବା ସହ ଏକ ଲିଖିତ ଭାବରେ ମାମଲା ରୁଜୁ କରିଥିଲେ | ଉକ୍ତ ବିଷୟକୁ ନେଇ ଥାନା ଅଧିକାରୀ ଶ୍ରୀ ନାହାକ ଲୂଷ୍ମୀପୁର ଏସ ଡି ପି ଓ ଶ୍ରୀ ଅଶ୍ୱିନ କୁମାର ନାୟକଙ୍କୁ ଜଣାଇବା ପରେ ଜିଲା ଅନୁସନ୍ଧାନ ଟିମଙ୍କ ସହ ଆଜି ଶନିବାର ଦିନ ଜାଗୁଡା ଗ୍ରାମକୁ ଯାଇ ହାରେକା ସାଲଙ୍କ ମୃତ ଦେହକୁ ଜବତ କରି ହତ୍ୟାକାରୀଙ୍କୁ ତଦାରଖ କରିବା ସହ ବନ୍ଧୁଗାଁ ଥାନାରେ ଚାରୀଜଣଙ୍କୁ ଅଟକ ରଖାଯାଇଥିବାର ଥାନା ଅଧିକାରୀ ଶ୍ରୀ ନାହାକ କହିଥିଲେ | ଏହି ବିଷୟ ଗତ ଏକ ବର୍ଷ ପୂର୍ବେ ହାରେକା ସାଲ ଗୁଣି ଗାରିଡି କରୁଛି ବୋଲି ହାରେକା ସୋନି ଜୀବନରେ ମାରିଦେବୀ ବୋଲି ଚେତାବନୀ ଦେଇଥିବା ଅଭିଯୋଗ ମଧ୍ୟ ବନ୍ଧୁଗାଁ ଥାନାରେ ଏକ ଲିଖିତ ଭାବରେ ଦିଆଯାଇଥିଲା ବୋଲି ଶ୍ରୀ ନାହାକ କହିଥିଲେ |

ହାରେକା ସାଲୋକୁ ଜୀବନରେ ମାରିଥିବା ଚାଇଜଣ ଅଭିଯୁକ୍ତ ହେଲେ,ହାରେକା ସୋନି-୨୪,ହାରେକା ମାହୁ-୨୫, ହାରେକା ନାଡୋ-୬୦, ହାରେକା ସନ୍ତୋଷ-୨୭ ଚାରିଜଣକୁ ଥାନାରେ ଅଟକ ରଖାଯିବା ସହ କେଶ ନ.୬୬ ତା ୩:୭:୨୦, ୦୧/୩୦୨ ଦଫା ଅନୁଯାଇ ମାମଲା ରୁଜୁ କରାଯାଇଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: