Sunday, August 9, 2020
Home Children Issue ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //
ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ ପଥର ବାନ୍ଧି ଫୋପାଡ଼ି ଦେଲା ନାଳରେ | ପୋଲିସର ଛାନଭିନ ପରେ ଉଦ୍ଧାର ହେଲା ଶିଶୁର ମୃତ ଦେହ | ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଝରୀଗାଁ ବ୍ଲକ ଚକଲାପଦର ଗ୍ରାମପଂଚାୟତ ଅନ୍ତର୍ଗତ ଗାଇବନ୍ଧl ଗାଁରେ |

ଖବର ଅନୁଯାଇ ଗାଇବନ୍ଧl ଗାଁର ବାସୁଦେବ ଯାନୀ, ଯିଏ ନିଜର ପ୍ରଥମ ସ୍ତ୍ରୀ ଥିବାସତ୍ୱେ ତାର ସମ୍ପର୍କ ଥିଲା ବାଘଡ଼ଙ୍ଗରି ଗାଁ ର ଝିଅ କମାଇ ପୂଜାରୀଙ୍କ ସହ | ତେବେ କମାଇ ଗର୍ଭବତୀ ହେବା କଥା ଜଣେଇଥିଲା ବାସୁଦେବକୁ କିନ୍ତୁ ବାସୁଦେବ ଗୁରୁତ୍ୱ ନଦେବାରୁ କମାଇ ନିଜ ବାପା ମା ଙ୍କୁ ଜଣେଇଥିଲା | ସେତେବେଳକୁ କମାଇ ପ୍ରସବ କାଳୀନ ହୋଇ ପଡ଼ିଥିବା ସ୍ଥଳେ, କଥାଟି ଗାଁରେ ପ୍ରଘଟ ହୋଇଥିଲା l ତେବେ ଗ୍ରାମବାସୀ ବୈଠକ ବସି ବୈଠକର ନିଷ୍ପତ୍ତି କ୍ରମେ ବାସୁଦେବ କମାଇକୁ ନେଇ ଚାଲିଯାଇଥିଲା ନିଜ ଘରକୁ | ହେଲେ ଗୋଟିଏ ଦିନ ପରେ ଜନ୍ମ ହୋଇଥିଲା ଗୋଟିଏ ଶିଶୁ ପୁତ୍ର l କିନ୍ତୁ ଶାନ୍ତିରେ ଜୀବନ ବିତି ନଥିଲା କମାଇର ବାରମ୍ବାର ବାସୁଦେବ ତାକୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲା | ମାତ୍ର ଶିଶୁକୁ କୋଡିଏ ଦିନ ହୋଇଥିବା ବେଳେ ବାସୁଦେବ କମାଇକୁ ମାର ପିଟ କରି ଶିଶୁକୁ ଛଡାଇ ନେଇ ଚାଲିଯାଇଥିଲା କେଉଁଆଡେ lତେବେ ସେ ନ ଫେରିବାରୁ ଘଟଣା ସମ୍ପର୍କରେ କମାଇ ପୂଜାରୀର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗ ପରେ ପୋଲିସ ବାସୁଦେବକୁ ଆରେଷ୍ଟ କରିବା ସହ ଝରୀଗାଁ ଥାନା ଆଇ ଆଇ ସି ଉମେଶ କୁମାର ସାହୁ ଏବଂ ତହସିଲଦାର ଦାର ଚିନ୍ମୟ ସାଗର ଆସାମୀ ବାସୁଦେବକୁ ନେଇ ଘଟଣାର ସ୍ଥଳରେ ପହଂଚି ଛାନଭିନ କରିବା ପରେ ଘଟଣାଟି ସମ୍ପୂର୍ଣ ପଦାକୁ ଆସିଥିଲା | ଶେଷରେ ମୃତ ଶିଶୁର ଶବକୁ ପୋଲିସ ଜବତ କରି ଝରୀଗାଁ ସିଏଚସି ରେ ଶବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିଛି l ତେବେ ଏକ ହତ୍ୟା ମାମଲା ୠଜୁକରି ଆସାମୀ ବାସୁଦେବ କୁ ପୋଲିସ ଗିରଫ କରିଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: