Thursday, March 28, 2024

Top 5 This Week

Related Posts

1. Best News: ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ା ତା: ୨୬.୭.୨୦୨୩): ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ- ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାପାଳ ରାୟଗଡ଼ା ଶ୍ଵଧାଦେବ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଏହା ଗତ ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୨୧ ମାସ ପର୍ଯ୍ୟନ୍ତ ଚାଲିବ ।646aaa31 d91e 419c 8674 096c60d95821 1. Best News: ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ- ଏଥି ନିମନ୍ତେ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ଼ା ଓ କାଶିପୁର ବ୍ଲକ ଏବଂ ରାୟଗଡ଼ା ପୌର ପାଳିକାରେ ବୁଧବାର ଦିନ ୨୯୮ ଜଣ ବୁଥ ସ୍ତରୀୟ ଅଧିକାରୀ ଓ ସୂପରଭାଇଜରଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର , ରାୟଗଡ଼ା ବିଡିଓ ଲକ୍ଷ୍ମନାରାୟଣ ସାବତ, ଜିପିଇଓ ଗୋପାଳ ପଣ୍ଡା, ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ପୂର୍ବାହ୍ନରେ ରାୟଗଡ଼ା ବ୍ଲକ ସଦଭାବନା ଗୃହ ଠାରେ ଓ ଅପରାହ୍ନରେ ରାୟଗଡ଼ା ପୌର ପରିଷଦର ବିଜୁ ପଟ୍ଟନାୟକ ଅଡିଟରିୟମ ଠାରେ ଉପଜିଲ୍ଲାପାଳ ଶ୍ରୀ ଶବର, ପୌରପାଳିକା ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମଦ, ନିର୍ବାଚନ ସହକାରୀ ଚନ୍ଦ୍ରଶେଖର ରଥ, ଆର ନୀଳକଣ୍ଠ ଓ ନିଳାଞ୍ଚଳ ମିଶ୍ର ପ୍ରମୁଖ ବୁଥ ସ୍ତରୀୟ ଅଧିକାରୀ ଓ ସୂପରଭାଇଜରଙ୍କୁ ତାଲିମ ପ୍ରଦାନ କରିଥିଲେ ।09fe8b7c 2726 4fe5 819c 515404b69de8 1. Best News: ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

ଘରକୁ ଘର ବୁଲି ତାଲିକାରେ ଥିବା ତଥ୍ୟ ତନଖି କରିବା ସହ ଯୋଗ୍ୟ ପ୍ରତ୍ୟାଷିତ ଭୋଟର, ମୃତ, ଦୋହରା ଓ ସଂପୂର୍ଣ୍ଣ ସ୍ଥାନାନ୍ତରିତ ଭୋଟରଙ୍କୁ ଚିହ୍ନଟ ସହ ତୃଟିଶୁନ୍ୟ ତାଲିକା ପ୍ରସ୍ତୁତି କୌଶଳ ବିଷୟରେ ଆଲୋଚନା କରାଯାଇଥିଲା । ୧୦୦ ବର୍ଷରୁ ଉର୍ଦ୍ଧ, ଗୋଟିଏ ଘର ନମ୍ବରରେ ୧୦ ଜଣରୁ ଉର୍ଦ୍ଧ ରହିଥିବା ପରିବାର ତଥ୍ୟ ସହିତ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ସଂଶୋଧନ ନିମନ୍ତେ ସଂଗ୍ରହ କରିବେ । ଆଗାମୀ ନିର୍ବାଚନ ବର୍ଷକୁ ଦୃଷ୍ଟିରେ ରଖି ନିର୍ଭୁଲ ତାଲିକା ପ୍ରସ୍ତୁତିରେ ଆବଶ୍ୟକ ସହଯୋଗ ଦେବା ନିମନ୍ତେ ଜିଲ୍ଲାପାଳ ସ୍ଵଧାଦେବ ସିଂ ରାୟଗଡ଼ା ଜିଲ୍ଲାର ସମସ୍ତ ଭୋଟରଙ୍କୁ ଅପିଲ କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles