Sunday, August 9, 2020
Home District News ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ କରିବା ସହ ବିଡିଓ ଶ୍ରୀ ରଜନୀ କାନ୍ତଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି |!

କୋରାପୁଟ ଜିଲା ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ଶ୍ରୀ କୈଳାସ ଚନ୍ଦ୍ର କୁଲେସିକାଙ୍କ ନେତୁତ୍ବରେ ବନ୍ଧୁଗାଁ ବ୍ଲକର କଂଗ୍ରେସ ଦଳର ଦଳୀୟ କର୍ମୀ ମାନେ ବ୍ଲକ ସଦର ମହକୁମା ପରିସର ଠାରୁ ଏକ ବିରାଟ ରାଲିରେ ବାହାରି ରାଜ୍ୟ ଓ କେନ୍ଦ୍ର ବିଜେପି ସରକାର ବିରୋଧରେ ବିଭିନ୍ନ ପ୍ରକାର ସ୍ନେଗାନ ଦେବା ସହ ସମଦୂରତା ରଖି ବ୍ଲକ କାର୍ଯ୍ୟଳୟରେ ପହଞ୍ଚଥିଲେ !| ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଏଇ କିଛିଦିନ ହେଲା ଲଗାତର ପେଟ୍ରୋଲ ଓ ଡିଜେଲର ଦାମ ବଢି ଚାଲିଥିବା ବେଳେ ଏହାକୁ ରୋକିବା ଦିଗରେ ସରକାର ବିଫଳ ହେଉଥିବା ବେଳେ ରାଷ୍ଟ୍ରପତି ଏହି ବିଷୟରେ ହସ୍ତକ୍ଷପ କରି ଦେଶବାସୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି କଂଗ୍ରେସ କର୍ମୀ ଙ୍କ ଠାରୁ ଜଣାପଡିଛି | !କେନ୍ଦ୍ର ସରକାର ତୈଳ ଦର, ଏକ୍ସାଇଜ୍‍ ଡ୍ୟୁଟି କମାଇବାରେ କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖଦାୟକ ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି ! ଭାରତର ମହାମହିମ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି ତୁରନ୍ତ ବିହୀତ ପଦକ୍ଷେପ ନେବା ପାଇଁ ଅନୁରୋଧ କରି ଏକ ସ୍ମାରକପତ୍ର ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପ୍ରଦାନ କରାଯାଇଛି।ଆଜିର ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲା କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ,ବନ୍ଧୁଗାଁ ବ୍ଲକ ସଭାପତି ଶ୍ରୀ ଡି.ଏଙ୍କାଟି, ସାଂସଦ ପ୍ରତିନିଧି ଶ୍ରୀ ଲଖମଣ ଖୋସୋଲା, ବନ୍ଧୁଗାଁ ବ୍ଲକ ପୁର୍ବତନ ବିଧାୟକ ପ୍ରତିନିଧି ଶ୍ରୀ କାମେଶ୍ବର ରତ୍ନାଲୁ,ଜିଲା ଉପସଭାପତି ଭାରତ ରାଜୁ,ଜନ-୧ ସଭାପତି ନାରସୁ ଜାକାକା ଓ ଜ୍ଞାନ ରଞ୍ଜନ ମିଶ୍ର,ରୂପଚନ୍ଦ୍ର ଲିମା,ଏସ.ନାଲା,ଡି.ରତ୍ନା ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସଦଳର ବରିଷ୍ଟ କର୍ମୀଙ୍କ ସହ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗ ଦେଇଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: