Sunday, August 9, 2020
Home District News କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ ଲୋକ ରୋଜଗାରଶୂନ୍ୟ ହୋଇ ପଡ଼ିଛନ୍ତି ।

ଏଭଳି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ଡ଼ିଜେଲ ଓ ପେଟ୍ରୋଲର ଦରବୃଦ୍ଧି ସମସ୍ତଙ୍କୁ ଆହୁରି କଷ୍ଟ ଦେଇଛି । ଆର୍ନ୍ତଜାତୀୟ ବଜାରରେ ଏହାର ମୂଲ୍ୟ ଯଥେଷ୍ଟ କମ ରହିଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲିଟର ପିଛା ୫୦ଟଙ୍କା ରୁ ଅଧିକ ଭାଟ ସଂଗ୍ରହ କରୁଛନ୍ତି । ଗତ ୨୧ଦିନ ମଧ୍ୟରେ ତୈଳଦର ଟଙ୍କା – ୮୩ .୭୮ କୁ ବୃଦ୍ଧି ପାଇଛି l ଏଣୁ ଆଜି ଏହି ଅହେତୁକ ତୈଳଦର ବୃଦ୍ଧିକୁ ବିରୋଧ କରି ଆଜି ବୈପାରୀଗୁଡା ବ୍ଲକ କଂଗ୍ରେସ ତରଫରୁ ରାଜ୍ୟପାଳ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବିଶତପଥୀଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରାଯାଇଛି l ଅତିଶୀଘ୍ର ଯଦି ତୈଳଦର ହ୍ରାସ ନ ହେଲେ ଦାବୀ ପାତ୍ରରେ ସୀମିତ ନରହି ଆନ୍ଦୋଳନ ହେବ ବୋଲି କଂଗ୍ରେସ ବରିଷ୍ଠ କର୍ମୀ କୃଷ୍ଣକୁଲଦୀପ ପ୍ରକାଶ କରିଛନ୍ତି l ବୈପାରୀଗୁଡା କଂଗ୍ରେସ ପକ୍ଷରୁ ପି ରମେଶ ପାତ୍ର, ସତ୍ୟ ନାରାୟଣ ମହାନ୍ତି, ଲଷ୍ମଣ ନାୟକ, ରଘୁନାଥ ମାଳି,ମହେନ୍ଦ ଦଳେଇ, ଜଗନ୍ନାଥ ବିଷେଇ, ଲୁକୁ ଖରା,କମଳ ବାଗ, ଏମ ଅଶୋକ କୁମାର, ଗୁପ୍ତ ଟାକ୍ରି ପ୍ରମୁଖ ଉପସ୍ଥିତ ଥିଲେ l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: